ଲାଞ୍ଚ ନେଲା ବେଳେ ଆରଆଇ ବାବୁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ
ଭୁବନେଶ୍ୱର: ଲାଞ୍ଚ ନେଇ ଧରା ପଡ଼ିଲେ ସରକାରୀ ବାବୁ । ମାଲାକାନାଗିରି ସିନ୍ଧ୍ରମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ମାଡ଼ି ବସିଛି ଭିଜିଲାନ୍ସ ଟିମ୍ । ଏୟାରଷ୍ଟିପ୍ ନିର୍ମାଣ ସମୟରେ ଜମି ହରାଇଥିବା ମହିଳାଙ୍କୁ କ୍ଷତିପୂରଣ କରାଇଦେବାକୁ ନେଉଥିଲେ 25 ହଜାର ଟଙ୍କା ଲାଞ୍ଚ । ଏହା ପୂର୍ବରୁ 10 ହଜାର ଟଙ୍କା ନେଇ ସାରିଛନ୍ତି ଆରଆଇ ବାବୁ ।

ମାଲକାନଗିରି ଏୟାରଷ୍ଟ୍ରିପ ନିର୍ମାଣ ବେଳେ ଜମି ହରାଇଥିବା ସନ୍ଧ୍ୟାରାଣୀ ମଣ୍ଡଳଙ୍କୁ ମିଳିବାର ଅଛି 7 ଲକ୍ଷ 44 ହଜାର ଟଙ୍କା କ୍ଷତିପୂରଣ । ଏହି କ୍ଷତିପୂରଣ ବାବଦ ଟଙ୍କା କରାଇଦେବାକୁ 35 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଆରଆଇ । ସନ୍ଧ୍ୟାରାଣୀ ପୂର୍ବରୁ 10 ହଜାର ଟଙ୍କା ଦେଇ ସାରିଛନ୍ତି । ଆଉ 25 ହଜାର ମାଗିଥିଲେ ଆରଆଇ । ସନ୍ଧ୍ୟାରାଣୀ ଏନେଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।
ଏହା ପରେ ଆଜି ଆଉ 25 ହଜାର ଟଙ୍କା ନେଇ ଯାଇଥିଲେ ସନ୍ଧ୍ୟାରାଣୀ । ଆରଆଇ ଟଙ୍କା ଧରିବା କ୍ଷଣି ପୂର୍ବ ଯୋଜନା ଅନୁଯାୟୀ ରେଡ୍ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ ଟିମ୍ । ଟଙ୍କାରେ ଭିଜିଲାନ୍ସ ଟିମ୍ ଲଗାଇଥିଲା କେମିକାଲ । ଏ ନେଇ ସୂଚନା ଦେଇଛନ୍ତି ମାଲକାନଗିରି ଭିଜିଲାନ୍ସ ଡିଏସପି ସୁଶାନ୍ତ କୁମାର ବିଶ୍ଵାଳ । ଧରାପଡିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କର 2 ଟି ସ୍ଥାନରେ ଯାଞ୍ଚ ଚାଲିଛି ।












Click it and Unblock the Notifications