ଗଛ କାଟିବା ଅନୁମତି ଦେବାକୁ ନେଉଥିଲେ ହାତଗୁଞ୍ଜା, ଭିଜିଲାନ୍ସ ହାତରେ ବନ୍ଧା ହେଲେ ଫରେଷ୍ଚ ଗାର୍ଡ ଓ ଜଗୁଆଳି
ଝାରସୁଗୁଡ଼ା: କ୍ଷେତ ଖାଉଥିଲା ବାଡ଼ । ଜଙ୍ଗଲ ସୁରକ୍ଷାରେ ନିୟୋଜିତ ଥିବା ଫରେଷ୍ଟ ଗାର୍ଡ଼ ଗଛ କାଟିବାକୁ ଅନୁମତି ଦେବାକୁ ନେଉଥିଲେ ଲାଞ୍ଚ । ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ।
ଗଛ କାଟିବାକୁ ଅନୁମତି ଦେବାକୁ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବନ୍ଧବାହାଲ ବନଖଣ୍ଡର ମହିଳା ଫରେଷ୍ଟ ଗାର୍ଡ ଓ ଜଗୁଆଳି । 15 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଧରାପଡିଥିବା ମହିଳା ଫରେଷ୍ଟ ଗାର୍ଡ ଜଣକ ନାଁ ଝରଣା ସାହୁ ଏବଂ ଜଗୁଆଳି ସଞ୍ଜୟ ବାରିକ ବୋଲି ଜଣାପଡ଼ିଛି ।

ଏନେଇ ରାଉରକେଲା ଭିଜିଲାନ୍ସ ଅଫିସରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଧିକ ତଦନ୍ତ କରୁଛନ୍ତି ରାଉରକେଲା ଭିଜିଲାନ୍ସ ଟିମ୍ ।
ସୂଚନା ଅନୁସାରେ, ଘର ଅଗଣାରୁ ଗଛ କାଟିବାକୁ ଅନୁମତି ଦେବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ପାଇଁ ଜଣେ ଅଭିଯୋଗକାରୀ ଶ୍ରୀମତି ସାହୁଙ୍କ ପାଖକୁ ଯାଇଥିଲେ । ଶ୍ରୀମତି ସାହୁ ଅଭିଯୋଗକାରୀଙ୍କ ଠାରୁ 15 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଅଭିଯୋଗକାରୀ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ଆଜି ଯେତେବେଳେ ଅଭିଯୋଗକାରୀ ଶ୍ରୀମତି ସାହୁ ଓ ଶ୍ରୀ ବାରିକଙ୍କୁ ଟଙ୍କା ଦେଉଥିଲେ ସେତେବଳେ ପୂର୍ବରୁ ଯୋଜନା କରି ଛକି ବସିଥିବା ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା । ସେମାନଙ୍କ ଠାରୁ ନଗଦ ଟଙ୍କା ଜବତ କରିଥିଲା ଟିମ୍ ।
ଗିରଫ ପରେ ଶ୍ରୀମତି ସାହୁଙ୍କ ବାସଭବନ ସମେତ 2ଟି ସ୍ଥାନରେ ଚଢାଉ କରିଛି ଝାରସୁଗୁଡା ଭିଜିଲାନ୍ସ । ଏହି ପ୍ରସଙ୍ଗରେ ଏକ ମାମଲା ରୁଜୁ ହୋଇ ଆଗାମୀ ତଦନ୍ତ ଜାରି ରହିଛି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications