Get Updates
Get notified of breaking news, exclusive insights, and must-see stories!

ଭିଜିଲାନ୍ସ କବଜାରେ ଦିଗପହଣ୍ଡି ରେଞ୍ଜର, ଗାଡ଼ିରୁ ମିଳିଲା ଲକ୍ଷାଧିକ ଟଙ୍କା

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ । ଦିଗପହଣ୍ଡି ରେଞ୍ଜରଙ୍କ ଘର ଓ ସରକାରୀ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଫରେଷ୍ଟ ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟ , ସରକାରୀ ବାସଭବନ ଏବଂ ବ୍ରହ୍ମପୁର ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଉଛି ।

vigilance raid

ତାଙ୍କ ଗାଡ଼ିରୁ ଏକ ଲକ୍ଷ 58 ହଜାର ଟଙ୍କା ମିଳିଛି । ଏତେ ନଗଦ ଟଙ୍କା କେଉଁଠୁ ଆସିଲା, ସେ ନେଇ ଉତ୍ତର ଦେଇପାରିଲେନି କାହ୍ନୁ ଚରଣ । ଏହା ପରେ ଘରେ ଛାପା ମାରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଦିଗପହଣ୍ଡି ସରକାରୀ କାର୍ଯ୍ୟାଳୟରୁ ଘରକୁ ଫେରୁଥିବା ବେଳେ ଗଣିଆନାଳ ଛକରେ ଦିଗପହଣ୍ଡି ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ ଧରିଥିଲା । ତାଙ୍କ ଗାଡ଼ିରେ ନଗଦ ଟଙ୍କା ଥିବା ଭିଜିଲାନ୍ସ ଟିମ୍ ଦେଖିବାକୁ ପାଇଥିଲା । କିନ୍ତୁ ସେ ଟଙ୍କାର ହିସାବ ଦେଇପାରିନଥିଲେ । ଏହା ପରେ ଚଢାଉ ସମୟରେ ସରକାରୀ ବାସଭବନରୁ ବି ଟଙ୍କା ମିଳିଥିବା କୁହାଯାଉଛି । ତେବେ ଏନେଇ ଏଯାଏ ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

ଦିଗପହଣ୍ଡି କାର୍ଯ୍ୟାଳୟ ଏବଂ ସରକାରୀ ବାସଭବନରେ ଭିଜିଲାନ୍ସର ଟିମ ଚଢ଼ଉ ସାରି ରାତି 2 ଟା ବେଳେ ଫେରିଥିଲେ। ଏହାପରେ ତାଙ୍କର ବ୍ରହ୍ମପୁର ତୁଳସୀ ନଗର 7 ନମ୍ବର ଲାଇନରେ ଥିବା ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ ପ୍ରକ୍ରିୟା ଜାରି ରହିଛି । ବ୍ରହ୍ମପୁର ଭିଜିଲାନ୍ସର 6 ଜଣିଆ ଟିମ ଚଢ଼ଉ କରୁଥିବାର ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+