Get Updates
Get notified of breaking news, exclusive insights, and must-see stories!

ଭିଜିଲାନ୍ସ ପଞ୍ଝାରେ ଟ୍ରାଫିକ୍ ଇନ୍ସପେକ୍ଟର, ନଗଦ 4.27 ଲକ୍ଷ ସହ ଧରା ପଡ଼ିଲେ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଆରଟିଓ ଟ୍ରାଫିକ୍ ଇନ୍ସପେକ୍ଟର । ନଗଦ 4.27 ଲକ୍ଷ ଟଙ୍କା ସହ ଜଗତସିଂହପୁର ଆରଟିଓ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ରଙ୍କୁ ଧରିଛି ଭିଜିଲାନ୍ସ । ଏକ କାର ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ କଟକ ନିକଟସ୍ଥ ବିରିବାଟିର ତାରିଣୀ ଛକରେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକାଇ ଥିଲା ।

vigilance

ଯାଞ୍ଚ ବେଳେ ତାଙ୍କ ପାଖରୁ ନଗଦ 4.27 ଲକ୍ଷ ଟଙ୍କା ମିଳିଥିଲା । ଏତେ ଟଙ୍କା କେଉଁଠାରୁ ଆଣିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଥିଲେ ବୋଲି ଭିଜିଲାନ୍ସ ଟିମ୍ ପଚାରିଥିଲେ । ଭିଜିଲାନ୍ସ ଅଧିକାରୀମାନଙ୍କ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ତେବେ ଟ୍ରାଫିକ ଇନ୍‌ସପେକ୍ଟର ପ୍ରଶାନ୍ତ କୁମାର ମହାପାତ୍ର । ତେଣୁ ଭିଜିଲାନ୍ସ ଉକ୍ତ ଟଙ୍କାକୁ ଜବତ କରିଥିଲା ।

ଏହା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଏହି ଚଢ଼ାଉ କରାଯାଇଛି । ଅନ୍ୟପକ୍ଷରେ ସେ କେଉଁଠାରୁ 4.27 ଲକ୍ଷ ଟଙ୍କା ଆଣିଛନ୍ତି, ସେ ସଂପର୍କରେ ଜାଣିବା ପାଇଁ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+