କୁବେର ସହକାରୀ ଯନ୍ତ୍ରୀ, ଆୟ ଠାରୁ 333 ପ୍ରତିଶତ ଅଧିକ ସମ୍ପତ୍ତି

ଭୁବନେଶ୍ୱର: ଭିଜିଲାନ୍ସ ହାତରେ କୁବେର ଯନ୍ତ୍ରୀ । ରଖିଛନ୍ତି ଆୟ ଠାରୁ 333 ପ୍ରତିଶତ ଅଧିକ ସମ୍ପତ୍ତି । ଏତେ ପରିମାଣର ଆୟ ବ୍ରହିଭୁତ ସମ୍ପତ୍ତି ରଖିଥିବା ବ୍ୟକ୍ତି ଜଣକ ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ସଞ୍ଜୟ କୁମାର ବେହେରା । ସଞ୍ଜୟଙ୍କ ଆୟଠୁ 333 ପ୍ରତିଶତ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସଞ୍ଜୟଙ୍କୁ ଗିରଫ କରି କୋର୍ଟ ଚାଲାଣ କିରିଛି ।
ରେଡ୍ ବେଳେ ଭଦ୍ରକ ସହରରେ 5 ହଜାର ସ୍କୋୟାର ଫୁଟରେ ନିର୍ମିତ 2 ମହଲା କୋଠା, ଭଦ୍ରକ ବନ୍ତ ପୈତୃକ ଗାଁ ଘର, ଭଦ୍ରକ ଓ ଯାଜପୁର ଟାଉନରେ 2ଟି ପ୍ଲଟ୍, ବ୍ୟାଙ୍କ, ଡାକ ଓ ବିଭିନ୍ନ ବୀମାରେ 1.67 କୋଟି ଟଙ୍କା ଜମା, 200 ଗ୍ରାମର ସ୍ୱର୍ଣ୍ଣ ଅଳଙ୍କାର, ନଗଦ ଟଙ୍କା ଓ ବାଇକକୁ ମିଶାଇ 10.50 ଲକ୍ଷ ଟଙ୍କା ମିଳିଛି ।
ଏହା ଛଡ଼ା ସଞ୍ଜୟ ତାଙ୍କର 2 ପିଲାଙ୍କ ମେଡିକାଲ୍ ପାଠପଢ଼ାରେ 81.80 ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ରେଡ୍ ବେଳେ ଭିଜିଲାନ୍ସ ଜାଣିବାକୁ ପାଇଛି । ତେବେ ଭିଜିଲାନ୍ସ ହାତରେ ଲାଗିଥିବା ସମସ୍ତ ସମ୍ପତ୍ତି ବାବଦରେ ସଞ୍ଜୟ ସନ୍ତୋଷଜନକ ଉତ୍ତର ଓ ଦସ୍ତାବିଜ୍ ଦେଇ ପାରି ନାହାଁନ୍ତି ।
ଗତକାଲି ଭିଜିଲାନ୍ସର 4 ଜଣ ଡିଏସ୍ଏସପିଙ୍କ ନେତୃତ୍ୱରେ 10 ଜଣ ଇନ୍ସପେକ୍ଟର, 4 ଜଣ ଏଏସ୍ଆଇ ଓ ଅନ୍ୟ କର୍ମଚାରୀ ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାର 7 ଟି ସ୍ଥାନରେ ଚଢ଼ାଉ କରିଥିଲେ । ଏହି ସମୟରେ ଆୟଠାରୁ 333 ପ୍ରତିଶତ ଅଧିକ ସମ୍ପତ୍ତି ମିଳିଥିବା ସୂଚନା ରହିଛି ।












Click it and Unblock the Notifications