ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର, ଏକକାଳୀନ 8 ଟି ସ୍ଥାନରେ ଚଢାଉ
କଟକ: ଭିଜିଲାନ୍ସରେ ଜାଲରେ ଆସିଷ୍ଟାଣ୍ଡ ଇଞ୍ଜିନିୟର । କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକାକାଳୀନ 8 ଟି ସ୍ଥାନରେ ଚଢ଼ାଉ କରୁଛନ୍ତି ଭିଜିଲାନ୍ସ ଟିମ୍ ।
ଖୋର୍ଦ୍ଧା (ଭୁବନେଶ୍ୱର), କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର 8 ଟି ସ୍ଥାନରେ ଭିଜିଲାନ୍ସର ଚଢାଉ ଜାରି ରହିଛି । ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ 8 ଜଣ ଡିଏସପି, 8 ଇନ୍ସପେକ୍ଟର, 7 ଏଏସ୍ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି ।

ଭୁବନେଶ୍ୱରର ଖଣ୍ଡଗିରି ବିହାର, ଲେନ୍ ନଂ 2, ପ୍ଲଟ୍ ନମ୍ବର 125/3056 ରେ ଅବସ୍ଥିତ ତିନି ମହଲା କୋଠା, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଅବସ୍ଥିତ ଦୁଇ ମହଲା କୋଠା, ବଳରାମପୁରରେ ଶ୍ରୀ ସାହୁଙ୍କ ଭଡ଼ାଘର, ରାୟପୁରରେ ତାଙ୍କ ସମ୍ପର୍କୀୟଙ୍କ ଘର, ବାଦାହାଟରେ ତାଙ୍କର ଘନିଷ୍ଠ ସହଯୋଗୀ କୁମାର ବେହେରାଙ୍କ ଘର, ଜିଲ୍ଲା କୃଷି କାର୍ଯ୍ୟାଳୟ, ନିକଟରେ ଥିବା ଶ୍ରୀ ସାହୁଙ୍କର ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଭଡ଼ା ଘର, ସାଲେପୁରରେ ଥିବା ଶ୍ରୀ ସାହୁଙ୍କ ଅଫିସ୍ ରୁମ୍ ଓ ବାସଭବନ ଆଦିଠାରେ ଚଢ଼ଉ ଜାରି ରହିଛି । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି । ତେବେ ପ୍ରାଥମିକ ଆକଳନରୁ ତାଙ୍କ ନିକଟରେ ମାତ୍ରାଧିକ ସଂପତ୍ତି ଥିବା କୁହାଯାଉଛି ।












Click it and Unblock the Notifications