ଗାଡ଼ିରେ ଟଙ୍କା ବୋହୁଥିଲେ ଟ୍ରାଫିକ୍ ବାବୁ, ମାଡ଼ିବସିଲେ ଭିଜିଲାନ୍ସ ଟିମ୍
ଭୁବନେଶ୍ୱର: ଗାଡ଼ିରେ ଟଙ୍କା ବୋହୁଥିଲେ ଟ୍ରାଫିକ୍ ଇନ୍ସପେକ୍ଟର । ଅଧା ବାଟରେ ମାଡ଼ିବସିଲା ଭିଜିଲାନ୍ସ ଟିମ୍ । ତାଙ୍କ ଗାଡ଼ରୁ ନଗଦ 11 ଲକ୍ଷ 15 ହଜାର 470 ଟଙ୍କା ଜବତ କରିଛି ଭିଜିଲାନ୍ସ ।

ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତାଳଚେରର ଟ୍ରାଫିକ୍ ଇନ୍ସପେକ୍ଟର ଜିତେନ୍ଦ୍ର କୁମାର ବେହେରା କାରରେ ବିଡ଼ା ବିଡ଼ା ଟଙ୍କା ନେଇ ଯାଉଥିଲେ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ତ୍ରିନାଥ ବଜାର ନିକଟରୁ ଟଙ୍କା ଭିଜିଲାନ୍ସ ଜବତ କରିଛି । ଭିଜିଲାନ୍ସ କୌଣସି ସୂତ୍ରରୁ ଖବର ପାଇଥିଲା ।ବାଲିଅନ୍ତାରେ ନିକଟରେ ଜିତେନ୍ଦ୍ରଙ୍କ ଗାଡ଼ିକୁ ଭିଜିଲାନ୍ସ ଅଧିକାରୀ ଅଟକାଇଥିଲେ । ପରେ ତାଙ୍କ ଗାଡ଼ି ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡ଼ିରୁ 11 ଲକ୍ଷ 45 ହଜାର 470 ଟଙ୍କା ଜବତ କରିଥିଲେ ଭିଜିଲାନ୍ସ ଅଧିକାରୀ ।
ତେବେ ଏତେ ଟଙ୍କା ଜିତେନ୍ଦ୍ର କେଉଁଠୁ ଆଣିଲେ, ଏହି ଟଙ୍କା କାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ଜିତେନ୍ଦ୍ରଙ୍କ ଉପରେ ସନ୍ଦେହ ହୋଇଥିଲା । ପରେ ଅସ୍ତରଙ୍ଗରେ ଥିବା ଜିତେନ୍ଦ୍ରଙ୍କ ପୈତୃକ ଘର ଓ ତାଳଚେର ଭଡ଼ା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଚଢାଉ ବେଳେ ତାଳଚେର ସ୍ଥିତ ଭଡା ଘରୁ 3 ଲକ୍ଷ 8 ହଜାର 750 ଟଙ୍କା ଏବଂ 336 ଗ୍ରାମ୍ ସୁନା ଏବଂ ଅସ୍ତରଙ୍ଗ ଘରୁ 10 ଲକ୍ଷ ଟଙ୍କା ଜବତ ହୋଇଛି । ପାରାଦୀପ ସ୍ଥିତ ତାଙ୍କ ଭାଇଙ୍କ ଘରେ ମଧ୍ୟ ଚଢାଉ ଜାରି ରଖିଛି ଭିଜିଲାନ୍ସ ଟିମ୍ ।












Click it and Unblock the Notifications