Get Updates
Get notified of breaking news, exclusive insights, and must-see stories!

ହଷ୍ଟେଲ୍ ନିର୍ମାଣରେ ସରକାରୀ ପାଣ୍ଠି ଆତ୍ମସାତ ମାମଲା, ଠିକା କମ୍ପାନୀ ଉପରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର: ହଷ୍ଟେଲ୍ ନିର୍ମାଣରେ ସରକାରୀ ପାଣ୍ଠି ଆତ୍ମସାତ ମାମଲାରେ ଠିକା କମ୍ପାନୀ ଉପରେ ଭିଜିଲାନ୍ସ ଚଢାଉ ହୋଇଛି । ସୋନପୁରରେ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ ନିର୍ମାଣରେ ସରକାରୀ ଅର୍ଥ ଲୁଟିତିବା ଅଭିଯୋଗ ହୋଇଥିଲା । ହିନ୍ଦୁସ୍ତାନ ଷ୍ଟିଲ୍ କନଷ୍ଟ୍ରକ୍ସନ ୱାର୍କ୍ସ ଲିମିଟେଡ୍‌ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି । ବଲାଙ୍ଗୀର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶରେ କମ୍ପାନୀ କର୍ମଚାରୀଙ୍କ ଘର ଓ ଅଫିସରେ ଭିଜିଲାନ୍ସ ରେଡ୍ ଚାଲିଛି । ଭୁବନେଶ୍ୱର ନୟାପଲ୍ଲୀ N1/ 157 ରେ ଚଢାଉ ହୋଇଛି ।

Vigilance

ଏହି ମାମାଲାରେ ପୂର୍ବରୁ ସ୍ପେସାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ 4 ଟି ଶହ ସିଟ୍ ହଷ୍ଟେଲର ନିର୍ମାଣରେ ସରକାରୀ ପାଣ୍ଠି ହେରଫେର ନେଇ ଅଭିଯୋଗ ହୋଇଥିଲା । ଏହା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉନ୍ନତ ମାନର ଜିନିଷ ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିବା ବେଳେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଛନ୍ତି କଣ୍ଟ୍ରାକ୍ଟର । ଭିଜିଲାନ୍ସ ଏ ମାମଲାର ତଦନ୍ତ କରୁଥିବା ଶୁଣି କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିଲେ । ଆଜି ଦୁହିଁଙ୍କୁ ରାଉରକେଲାରୁ ଗିରଫ କରାଯାଇଛି ।

ସୂଚନାଯୋଗ୍ୟ, ଅନୁସୂଚିତ ଜାତି ଛାତ୍ରନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ 5 ତାରିଖ ଦିନ ଜିଲ୍ଲା କାର୍ଯ୍ୟାଳୟ (ଏସସି/ଏସଟି ଉନ୍ନୟନ ବିଭାଗ) ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା । ସୋନପୁର ଭିଜିଲାନ୍ସ ଟିମ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ । ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ ।

ଭୁବନେଶ୍ୱର ଆଇଆର୍‌ସି ଭିଲେଜରେ ଥିବା ମେସର୍ସ ହିନ୍ଦୁସ୍ତାନ ଷ୍ଟିଲୱାର୍କ୍ସ କନ୍‌ଷ୍ଟ୍ରକସନ ଲିଃ.(ଏଚ୍‌ଏସ୍‌ସିଏଲ୍‌) ନାମକ ଠିକାସଂସ୍ଥା କେବିକେ ଜିଲ୍ଲା ପାଇଁ 2017-18 ରେ ସ୍ୱତନ୍ତ୍ର ଆର୍‌ଏଲ୍‌ଟିଏପି ଯୋଜନାରେ ମକୁନ୍ଦପୁର ଆଶ୍ରମ ସ୍କୁଲର 100 ଶଯ୍ୟା ବିଶିଷ୍ଟ ଛାତ୍ରୀନିବାସ ନିର୍ମାଣ କରିଥିଲା ।

ଉଲ୍ଲେଖଯୋଗ୍ୟ, ଗତ କିଛି ମାସ ହେବ ରାଜ୍ୟରେ ଭିଜିଲାନ୍ସ ବହୁ ସକ୍ରିୟ ହୋଇଉଠିଛି । ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଦୁର୍ନୀତିଗ୍ରସ୍ତଙ୍କୁ ଧରୁଛି । ଲାଞ୍ଚ ନେଉଥିବା ସରକାରୀ ବାବୁଙ୍କ ପାଇଁ କାଳ ସାଜିଝନ୍ତି ଭିଜିଲାନ୍ସ ଦଳ । ଜଣକ ପରେ ଜଣକ ଉପରେ ଚଢାଉ କରି ପୁଳା ପୁଳା ଟଙ୍କା ଜବତ କରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+