ଆୟୁର୍ବେଦ କଲେଜ ଓ ହସ୍ପିଟାଲ ଅଧ୍ୟକ୍ଷଙ୍କ ଅଚଳାଚଳ ସମ୍ପତ୍ତି ! ଭିଜିଲାନ୍ସ ହାତରେ 3 କୋଠା, 16 ପ୍ଲଟ୍ ଓ 32 ଲକ୍ଷ ଟଙ୍କାର ବାଇକ୍
ଭୁବନେଶ୍ୱର: ଆୟୁର୍ବେଦ କଲେଜ ଓ ହସ୍ପିଟାଲର କୁବେର ଅଧ୍ୟକ୍ଷ । ଭିଜିଲାନ୍ସ ଟିମ୍ ର ଚଢାଉ ବେଳେ ମିଳିଛି ଅଚଳାଚଳ ସମ୍ପତ୍ତି । ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ ତାଜୁବ । ମିଳିଥିବା ସୂଚନା ଅନୁସାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ ବେଳେ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ପୁରୀରେ 16 ଟି ପ୍ଲଟ୍ ଥିବା ଜଣାଯାଇଛି ।

ଏହା ବାଦ୍ ତାଙ୍କର ତିନିଟି ବହୁତଳ ପ୍ରାସାଦ ଘର, ତିନିଟି ଦାମୀ କାର୍ ଓ ଗୋଟିଏ ବାଇକ୍ ଥିବା ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ । ତିନିଟି ଦାମୀ କାରର ମୂଲ୍ୟ 32 ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି । ଏହାଛଡ଼ା ତାଙ୍କ ନାମରେ 50 ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି । ଏହାଛଡ଼ା କେତେ ଟଙ୍କାର ବୀମା ଓ ଅନ୍ୟ ପୁଞ୍ଜି ବିନିଯୋଗ ଉପରେ ବି ଖୋଳତାଡ଼ କରୁଛି ଭିଜିଲାନ୍ସ । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।
ଆଜି ସକାଳୁ ବଲାଙ୍ଗୀର ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ 6 ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରୁଛି । ପୁରୀ ଜିଲ୍ଲାରେ ଥିବା 4 ଟି ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି । ଏଣେ ସୁଦର୍ଶନ ବେହେରାଙ୍କ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସରେ ବି ଚଢ଼ଉ ଚାଲିଛି ।
ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ 8 ଜଣ ଡିଏସପି, 6 ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି । ସୁଦର୍ଶନ ବେହେରାଙ୍କ ବଲାଙ୍ଗୀରର ଅଫିସ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ପୈତୃକ ଗାଁ, ସତ୍ୟବାଦୀ ଥାନା ନାହାଳ, କାଶୀହରିପୁର, ସିମିଳି ସୋରିଷିଆପଦାରେ ଥିବା ସଂପର୍କୀୟଙ୍କ ଗାଁ ସମ୍ବଲପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ଚଢ଼ଉ କରୁଛି ଭିଜିଲାନ୍ସ ।












Click it and Unblock the Notifications