ଭିଜିଲାନ୍ସ ପଞ୍ଝାରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ, 6 ଟି ସ୍ଥାନରେ ଏକକାଳୀନ ଚଢାଉ
ବଲାଙ୍ଗୀର: ଭିଜିଲାନ୍ସ ପଞ୍ଝାରେ ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ । ବଲାଙ୍ଗୀର ଆୟୁର୍ବେଦିକ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆୟୁର୍ବେଦିକ କଲେଜ ଆଣ୍ଡ ହସ୍ପିଟାଲ ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରାଙ୍କ ବଲାଙ୍ଗୀର ଅଫିସ୍ ଓ ଘର ସମେତ 6ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଜାରି ରହିଛି ।

ପୁରୀ ଜିଲ୍ଲାରେ ଥିବା 4ଟି ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଛି । ଏଣେ ସୁଦର୍ଶନ ବେହେରାଙ୍କ ସମ୍ବଲପୁର ସ୍ଥିତ ପତ୍ନୀଙ୍କ କ୍ୱାର୍ଟର୍ସରେ ବି ଚଢ଼ଉ ଚାଲିଛି । ରେଡ୍ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । ଭିଜିଲାନ୍ସର 8ଜଣ ଡିଏସପି ଓ 6ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି ।
ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ୱଆରା ଜାରି ସର୍ଚ୍ଚ ୱାରେଣ୍ଟ୍ କ୍ଷମତା ବଳରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଘର ଚଢ଼ଉ ଚାଲିଛି ।ସୁଦର୍ଶନ ବେହେରାଙ୍କ ବଲାଙ୍ଗୀରର ଅଫିସ, ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଜୟପୁର ପୈତୃକ ଗାଁ, ସତ୍ୟବାଦୀ ଥାନା ନାହାଳ, କାଶୀହରିପୁର, ସିମିଳି ସୋରିଷିଆପଦାରେ ଥିବା ସଂପର୍କୀୟଙ୍କ ଗାଁ ସମ୍ବଲପୁର ସ୍ଥିତ ସିଆରପିଏଫ୍ କ୍ୟାମ୍ପସରେ ଥିବା ପତ୍ନୀଙ୍କ କ୍ୱାର୍ଟର୍ସରେ ଚଢ଼ଉ କରୁଛି ଭିଜିଲାନ୍ସ । ଏନେଇ ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି ।












Click it and Unblock the Notifications