ଭିଜିଲାନ୍ସ ଜାଲରେ ଏଡିଏସ୍ ପୂର୍ବତନ ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀ
ସମ୍ବଲପୁର: ଭିଜିଲାନ୍ସ ଜାଲରେ ପୂର୍ବତନ ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀ । ସମ୍ୱଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ 6 ଟି ସ୍ଥାନରେ ରେଡ୍ ହୋଇଛି । ସେହିପରି କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି ।

ଲକ୍ଷ୍ମୀ ନାରାୟଣଙ୍କ କାର୍ଯ୍ୟାଳୟ ସହ କ୍ବାର୍ଟର ଓ ବାସଭବନରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଚଢାଉରେ 6 ଡିଏସପି, 9 ଇନ୍ସପେକ୍ଟର ଓ 6 ଜଣ ଏଏସଆଇ ସାମିଲ ହୋଇଛନ୍ତି ।












Click it and Unblock the Notifications