ପୂର୍ବତନ DSWO ଙ୍କ ଅମାପ ସମ୍ପତ୍ତି, ଘର ବାଡ଼ି - ସମ୍ପତ୍ତି ଦେଖି ଭିଜିଲାନ୍ସ ଆଶ୍ଚର୍ଯ୍ୟ

ଭଦ୍ରକ: ଭଦ୍ରକର ପୂର୍ବତନ ଡିଏସଡବ୍ଲୁଓ ତଥା ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ଜୟନ୍ତୀ ବେହେରାଙ୍କ ଅମାପ ସମ୍ପତ୍ତି । ଚଢାଉ ବେଳେ ଗୋଟିଏ ପରେ ଗୋଟିଏ କୋଠା ଓ ସମ୍ପତ୍ତି ତାଲିକା ବାହାର କରୁଛି ଭିଜିଲାନ୍ସ । ସକାଳୁ ଯେତେ ଯାଞ୍ଚ କରୁଛି ସମ୍ପତ୍ତି ତାଲିକା ସେତେ ବଢି ଚାଲିଛି । ରାଜଧାନୀରେ ଏକାଧିକ ଫ୍ଲାଟେ ଓ କୋଠା ସମେତ ଅନ୍ୟ ସମ୍ପତ୍ତି ବାହାର କରିଛି ଭିଜିଲାନ୍ସ ।

DSWO Jayanti Behera

ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କ ଘରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରିଛି । ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକର 11 ଟି ସ୍ଥାନରେ ଏକକାଳୀନ ଚଢ଼ଉ କରୁଛି ଭିଜିଲାନ୍ସ । ସେ ସଂପ୍ରତି ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ୟାଣ ବିଭାଗରେ କାର୍ଯ୍ୟରତ ।

ସୂଚନା ଅନୁଯାୟୀ, ଭଦ୍ରକ ଫିରିଙ୍ଗପାଟଣାରେ ଥିବା ଜୟନ୍ତୀ ବେହେରାଙ୍କ ତିନି ମହଲା ବିଶିଷ୍ଟ ବାସଭବନ, ବାଲେଶ୍ୱର ସିଦ୍ଧେଶ୍ୱର କଲୋନିରେ 3 ମହଲା ଓ ଦୁଇ ମହଲା ବିଶିଷ୍ଟ ଘର, ଭୁବନେଶ୍ୱର ଗୌତମ ନଗର ଅଞ୍ଚଳରେ ଫ୍ଲାଟ୍, ଓଲଡ ଟାଉନ ଅଞ୍ଚଳରେ ଥିବା ଫ୍ଲାଟରେ ଚଢ଼ଉ ଚାଲିଛି । ସେତିକି ନୁହେଁ, ଜୟନ୍ତୀଙ୍କ ଭୁବନେଶ୍ୱର କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରୁଛି ଭିଜିଲାନ୍ସ । ଏଣେ ବାଲେଶ୍ୱର ସୁନହଟରେ ଥିବା ସମ୍ପର୍କୀୟ ଓ ଜଣେ ସହଯୋଗୀଙ୍କ ଘରେ ବି ଚଢ଼ଉ ଚାଲିଛି ।

ଏହାଛଡ଼ା ଭଦ୍ରକରେ ଥିବା ତାଙ୍କୁ ପୁରୁଣା ଅଫିସରେ ବି ଚଢ଼ଉ କରାଯାଉଛି । ବାଲେଶ୍ୱର ଭିଜିଲାନ୍ସ କୋର୍ଟଙ୍କ ଆଦେଶକ୍ରମେ ଏହି ଚଢ଼ଉ କରାଯାଉଥିବା ବେଳେ ଏଥିରେ ଜଣେ ଅତିରିକ୍ତ ଏସପି, 4 ଜଣ ଡିଏସପି, 8 ଜଣ ଇନସ୍ପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ଜବତ ସମ୍ପତ୍ତି ତାଲିକା -

ବାଲେଶ୍ୱର ଗଣେଶ୍ୱୀପୁରରେ 1700 ବର୍ଗଫୁଟ ଜାଗାରେ ତିନି ମହଲା ବିଶିଷ୍ଟ କୋଠା, ଫିରିଙ୍ଗପାଣାରେ 1400 ବର୍ଗଫୁଟ ଦୁଇ ହଲା କୋଠା, ଗଣେଶ୍ୱର ପାଟଣାରେ ହଜାରେ ବର୍ଗଫୁଟର ଆଉ ଏକ ଦୁଇ ମହଲା କୋଠା, ଭୁବନେଶ୍ୱର ଗୌତମ ନଗରର ରୟାଲ ରେସିଡେନ୍ସରେ ଏକ 3-ବିଏଚକେ ଫ୍ଲାଟ, ଭୁବନେଶ୍ୱର ଓଲଡ ଟାଉନରେ ଏକ 3 ବିଏଚକେ ଫ୍ଲାଟ, ଏହାବ୍ୟତୀତ ବାଲେଶ୍ୱରର ପ୍ରମୁଖ ଜାଗାରେ ରହିଛି 4 ଟି ପ୍ଲଟ ।

ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟରେ 2.70 ଲକ୍ଷ ଟଙ୍କା, 53 ଲକ୍ଷ ପୋଷ୍ଟାଲ ଇନ୍ସ୍ୟୁରାନ୍ସ ସମେତ 1.40 କୋଟି ଟଙ୍କା , ଗୋଟିଏ ମାରୁତି ବାଲେନୋ ଗାଡି, ଗୋଟିଏ 2 ଚକିଆ ଗାଡି, 2 କେଜିର ରୂପା ଗହଣା ଜବତ ହୋଇଛି । ତଥାପି ତଦନ୍ତ ଜାରି ରହିଛି । ଯାଞ୍ଚ ଶେଷ ହେବା ପରେ ସବିଶେଷ ସମ୍ପତ୍ତି ତାଲିକା ଜଣାପଡିବ ବୋଲି କହିଛି ଭିଜିଲାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+