ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀ, ଏକକାଳୀନ 8 ଟି ସ୍ଥାନରେ ଚଢାଉ

ଭୁଭନେଶ୍ୱର: ଭିଜିଲାନ୍ସ ଜାଲରେ ମୁଖ୍ୟ ଯୋଗାଣ ଅଧିକାରୀ । ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କ ଭୁବନେଶ୍ୱର ଓ ଗଞ୍ଜାମ ଘର ସମେତ 8 ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ କରୁଛି ।

vigilance raid

ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ପାଣ୍ଡରା ସ୍ଥିତ ପ୍ଲଟନମ୍ବର 1485 ସ୍ଥିତ ଗୋଟିଏ ମହଲା ଘର, 1484 ରେ ଥିବା ତିନି ମହଲା ଘର, ଭବାନୀପୁରରେ ନୀଲାଚଳ ହାଇଟ୍ସର ବରହମପୁର-2ରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ୱରର ଚନ୍ଦ୍ରଶେଖରପୁରରେ ଅବସ୍ଥିତ ଏକ ଦୁଇ ମହଲା କୋଠା, ଲକ୍ଷ୍ମୀ ସାଗର କେନାଲ ରୋଡରେ ଥିବା ନୀଳାଚଳ ସିଟିରେ ଏକ ଆପାର୍ଟମେଣ୍ଟ, ଭୁବନେଶ୍ବରରେ ଶ୍ରୀ ଗନ୍ତାୟତଙ୍କ ଅଫିସ୍ ଚାମ୍ବର, ଭୁବନେଶ୍ୱର ୟୁନିଟ ୩ ସ୍ଥିତ ସରକାରୀ ବାସଭବନ ଓ ବ୍ରହ୍ମପୁର ବୈଦନାଥପୁର ସ୍ଥିତ ତାଙ୍କ ପୈତୃକ ରେଡ୍‌ ଚାଲିଛି ।

ଏହି ଚଢାଉରେ 8 ଜଣ ଡିଏସ୍‌ପି, 5 ଜଣ ଇନ୍ସପେକ୍ଟରଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସାମିଲ ରହିଛନ୍ତି । ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ସୁନା ଅଳଙ୍କାର ମଧ୍ୟ ଜବତ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ କିଛି ସବିଶେଷ ସୂଚନା ମିଳିନାହିଁ । ରେଡ୍‌ ଶେଷ ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+