ଭିଜିଲାନ୍ସ ଜାଲରେ ଇଡକୋ ସିଜିଏମ୍, ଆୟବର୍ହିଭୁତ ସମ୍ପତ୍ତି ଠୁଳରେ ଚଢାଉ
ଭୁବନେଶ୍ୱର: ଆୟ ବର୍ହିଭୁତ ସମ୍ପତ୍ତି ଠୁଳରେ ଇଡକୋ ଚିଫ୍ ଜେନେରାଲ୍ ମ୍ୟାନେଜରଙ୍କ ଉପରେ ଭିଜିଲାନ୍ସ ଚଢାଉ । ଇଡ୍କୋ ସିଜିଏମ୍ ସରୋଜକାନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢ଼ଉ ଜାରି ରହିଛି । ଏକକାଳୀନ 7 ଟି ସ୍ଥାନରେ ଚଢ଼ଉ ଜାରି ରହିଛି । ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ାଉ ଚାଲିଛି । ଏଥିରେ 10 ଜଣ DSP, 6 ଜଣ ଇନ୍ସପେକ୍ଟର ଓ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।

ମଧ୍ୟାହ୍ନ 12 ଟା ରୁ ଭୁବନେଶ୍ବର, କଟକ ଓ ଯାଜପୁରରେ ଏକକାଳୀନ ଚଢ଼ଉ ଆରମ୍ଭ କରିଛି । ତେବେ ଚଢ଼ଉ ବେଳେ ସରୋଜକାନ୍ତ ମହାନ୍ତି ସହଯୋଗ କରୁ ନଥିବା କୁହାଯାଉଛି । ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାର ପ୍ଲଟ ନମ୍ବର GA 437ରେ ଥିବା 3 ବିଏଚକେ ଘର, ବାରଙ୍ଗ ପାଟପୁର ରେ 3 ମହଲା ଫ୍ଲାଟ, ଧର୍ମଶାଳା ବ୍ରହ୍ମବରଦା ସ୍ଥିତ ପୈତୃକ ଘର, କଟକ ମହାନଦୀ ବିହାର ରେ ଥିବା 3 ମହଲା ଫ୍ଲାଟ, ଯାଜପୁର ଜାରକା ସ୍ଥିତ ଘର, ନୟାପଲ୍ଲୀ ଆଇଆରସି ଭିଲେଜ N4 ରେ ସମ୍ପର୍କୀୟଙ୍କ ଘର, ଇଡ୍କୋ ଅଫିସ ଚାମ୍ବର ରେ ଏକାକାଳୀନ ରେଡ଼ ଚାଲିଛି ।
More From












Click it and Unblock the Notifications