Get Updates
Get notified of breaking news, exclusive insights, and must-see stories!

ପୁଣି ଜଣେ ଲାଞ୍ଚୁଆ ଖାକି ମ୍ୟାଡାମ୍, 1 ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଭିଜିଲାନ୍ସ

ବୌଦ୍ଧ: ଭିଜିଲାନ୍ସ ଜାଲରେ ପୁଣି ଜଣେ ଲାଞ୍ଚୁଆ ପୋଲିସ୍ ମ୍ୟାଡାମ୍ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ । ଧରାପଡ଼ିଥିବା ପୋଲିସ୍ ମ୍ୟାଡାମ୍ ହେଲେ ପୁଷ୍ପଲତା ରାଉତରାୟ । ମ୍ୟାଡାମ୍ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାରେ IIC ଅଛନ୍ତି ପୁଷ୍ପଲତା ।

Vigilance

ମିଳିଥିବା ସୂଚନା ଅନୁସାରେ, ବାଲି ଘାଟ ଲିଜ୍ ନେଇଥିବା ଜଣେ ଲିଜଧାରୀଙ୍କ ବାଲି ଟ୍ରକ୍ ଛାଡ଼ି ଦେବା ପାଇଁ ଲାଞ୍ଚ ମାଗିଥିଲେ ଆଇଆଇସି । ମୂଲଚାଲ୍ ପରେ ଲକ୍ଷେ ଟଙ୍କା ଦେବାକୁ କଥା ହୋଇଥିଲା । ଏହାକୁ ନେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ବାଲି ଘାଟ ଲିଜଧାରୀ । ଆଜି ହରଭଙ୍ଗା ଥାନା ଆଇଆଇସି ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା । ପୁଷ୍ପଲତାଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ଜବତ ହୋଇଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ ହୋଇଛି ।

ଶରତ ବେହେରା ନାମକ ଜଣେ ବ୍ୟକ୍ତି ହରଭଙ୍ଗାର ବାଲିଘାଟ ଠିକା ନେଇଥିଲେ । ତାଙ୍କର ଏକ ବାଲି ଗାଡ଼ିକୁ ଜବତ କରିଥିଲା ପୋଲିସ୍ । ସେହି ଗାଡ଼ିକୁ ଛାଡ଼ିବା ପାଇଁ ଆଇଆଇସି ଲକ୍ଷେ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଟଙ୍କା ନେବାବେଳେ ଧରିଛି ଭିଜିଲାନ୍ସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+