ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିଲେ ସହକାରୀ ଯନ୍ତ୍ରୀ, ଧରିନେଲା ଭିଜିଲାନ୍ସ
ଖୋର୍ଦ୍ଧା: ଲାଞ୍ଚ ନେଇ ଧରାହେଲେ ସହକାରୀ ଯନ୍ତ୍ରୀ । ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିଲେ ଖୋର୍ଦ୍ଧା ବ୍ଲକର ସହକାରୀ ଯନ୍ତ୍ରୀ । ଏହି ସମୟରେ ଧରିନେଲା ଭିଜିଲାନ୍ସ । ଏମପି ଲ୍ୟାଡ ପ୍ରକଳ୍ପ ପାଇଁ ପିସି ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ।

ମିଳିଥିବା ସୂଚନା ଅନୁସାରେ, ଏମପି ଲ୍ୟାଡ଼ ପ୍ରକଳ୍ପ ପାଇଁ ଜଣେ ଠିକାଦାରଙ୍କୁ 10 ପ୍ରତିଶତ ପିସି ମାଗିଥିଲେ ସହକାରୀ ଯନ୍ତୀ । 18 ଲକ୍ଷ ଟଙ୍କାର ଏହି କାମର ପିସି ବାବଦରେ ଆଗରୁ ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ର ଠିକାଦାରଙ୍କଠାରୁ 1 ଲକ୍ଷ 30 ହଜାର ଟଙ୍କା ନେଇସାରିଥିଲେ । ଏନେଇ ଠିକାଦାରଙ୍କ ବାପା ଶିଶିର ମଙ୍ଗରାଜ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ।
ପୂର୍ବ ଯୋଜନା ମୁତାବକ ଆଜି ଠିକାଦାର ଅବଶିଷ୍ଟ 50 ହଜାର ଟଙ୍କା ଦେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ଡିଏସପି ଚନ୍ଦ୍ରକଳା ଜେନା ଓ ନୂଆଗଡ଼ ଡିଏସପି ପ୍ରତ୍ୟୁଷ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ଉ କରି ସହକାରୀ ଯନ୍ତ୍ରୀ ସଙ୍ଗୀତା ମହାପାତ୍ରଙ୍କୁ ଧରିଥିଲା । ତାଙ୍କଠାରୁ 50 ହଜାର ଟଙ୍କା ଜବତ କରିଥିଲା ।












Click it and Unblock the Notifications