ଲାଞ୍ଚ ନେଇ ବନ୍ଧା ହେଲେ ଅମିନ, ମାଡ଼ିବସିଲା ଭିଜିଲାନ୍ସ
ବାଲଙ୍ଗୀର: ଲାଞ୍ଚ ନେଇ ଫସିଗଲେ ଅମିନ । ମାଡ଼ିବସିଲା ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍ । ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ କାର୍ଯ୍ୟାଳୟର ଅମିନଙ୍କୁ ଗିରଫ କରିଛି ଭିଜିଲାନ୍ସ ।

ବଲାଙ୍ଗୀର ଜିଲ୍ଲା ସଇଁତଲା ତହସିଲ କାର୍ଯ୍ୟାଳୟର ଅମିନ ନରେନ୍ଦ୍ର କବି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । 8 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ଜମି ଡିମାରକେସନ ପାଇଁ ନରେନ୍ଦ୍ର ଲାଞ୍ଚ ନେଉଥିଲେ ।
ସୂଚନା ଅନୁସାରେ, ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ଡିମାର୍କେସନ ନିମନ୍ତେ ପୂର୍ବରୁ ଅମିନଙ୍କୁ ଅନୁରୋଧ କରିଥିଲେ । ମାତ୍ର ଏଥିନିମନ୍ତେ ଅମିନ ଜଣକ 8 ହଜାର ଟଙ୍କା ଦାବି କରିଥିଲେ । ଏନେଇ ନିରଞ୍ଜନ ବଲାଙ୍ଗୀର ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ଆଜି ସଇଁତଳା ତହସିଲ କାର୍ଯ୍ୟାଳୟରେ ଅମିନଙ୍କୁ ନିରଞ୍ଜନ ୮ ହଜାର ଟଙ୍କା ଲାଞ୍ଚ ଦେଇଥିଲେ । ଉକ୍ତ ସମୟରେ ଭିଜିଲାନ୍ସ ଅଧିକାରୀ ପହଞ୍ଚି ଅମିନଙ୍କୁ କାବୁ କରିବା ସହ ତାଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିଛନ୍ତି । ଏଥିସହ ତାଙ୍କୁ ବଲାଙ୍ଗୀର ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇ ଅଧିକ ପଚରାଉଚରା କରାଯାଉଛି ।












Click it and Unblock the Notifications