Get Updates
Get notified of breaking news, exclusive insights, and must-see stories!

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଦୁଇ ପୋଲିସ୍ ଏଏସ୍ଆଇ

ନବରଙ୍ଗପୁର/କଟକ: ଲାଞ୍ଚ ନେଇ ଧରା ପଡ଼ିଲେ ଦୁଇ ପୋଲିସ୍ ଅଧିକାରୀ । ଦୁଇଟି ପୃଥକ ଘଟଣାରେ ଭିଜିଲାନ୍ସ ଦୁଇ ଜଣ ପୋଲିସ୍ ଏଏସ୍ଆଇଙ୍କୁ ଧରିଛି ବିଜିଲାନ୍ସ । ଗୋଟିଏ ମାମଲା କଟକ ଜିଲ୍ଲା ଭଦ୍ରେଶ୍ୟର ଥାନାର ହୋଇଥିବାବେଳେ ଅନ୍ୟ ମାମଲାଟି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନାର ।
ଭଦ୍ରେଶ୍ଵର ଥାନା ଏଏସଆଇ ଆଲୋକ କୁମାର ଷଡ଼ଙ୍ଗୀ ଶନିବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କେସ ଦଫା କୋହଳ କରିବା ପାଇଁ ଆଲୋକ କୁମାର ଷଡ଼ଙ୍ଗୀ କଟକ ଜିଲ୍ଲା ମାହାଙ୍ଗା ବ୍ଲକରେ ଥିବା ଭାଉଁରିଆ ପଞ୍ଚାୟତ ନହଙ୍ଗ ଗ୍ରାମର ଜଗବନ୍ଧୁ ରାଉତଙ୍କ ଠାରୁ 8000 ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ।

vigilance raid

ସେହିପରି 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଏଏସ୍‌ଆଇ ସୀମାଞ୍ଚଳ ମହାରଣା । ଥାନା ଭିତରେ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା ।

ଜଣେ ବ୍ୟକ୍ତିଙ୍କ ନାଁରେ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଡାବୁଗାଁ ଥାନାରେ ଏକ ମାମଲା ରହିଛି । ଏହି ମାମଲାରେ ସହଯୋଗ କରିବାକୁ ତଥା କୋହଳ ମନୋଭାବ ଦେଖାଇବାକୁ ତାଙ୍କୁ ଏଏସ୍‌ଆଇ ସୀମାଞ୍ଚଳ ମହାରଣା ଲାଞ୍ଚ ମାଗିଥିଲେ । ଏହା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ନିକଟରେ ହାଜର ହୋଇଥିଲେ ।

ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ଟଙ୍କା ନେବା ବେଳେ ଏଏସ୍‌ଆଇ ସୀମାଞ୍ଚଳ ମହାରଣା ଭିଜିଲାନ୍ସ ଅଧିକାରୀମାନଙ୍କୁ ଦେଖି ଟଙ୍କା ମାଲଖାନକୁ ଫୋପାଡ଼ି ଦେଇଥିଲେ । ଭିଜିଲାନ୍ସ ଅଧିକାରୀମାନେ ମାଲଖାନାରୁ ଲାଞ୍ଚ ଟଙ୍କା ଜବତ କରିଥିଲେ । ଏଏସ୍‌ଆଇ ସୀମାଞ୍ଚଳ ମହାରଣାଙ୍କ ଦୁଇ ହାତକୁ କେମିକାଲ ମିଶା ପାଣିରେ ବୁଡ଼ାଇବାରୁ ତାହା ରଙ୍ଗୀନ ହୋଇଯାଇଥିଲା । ଏଥିରୁ ସ୍ପଷ୍ଟ ହୋଇଥିଲା ଯେ ସେ ଲାଞ୍ଚ ଟଙ୍କା ଧରିଥିଲେ ।

ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍‌ଆଇ ସୀମାଞ୍ଚଳ ମହାରଣାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଏହି ଚଢ଼ାଉ କରାଯାଇଥିଲା । ଏହି ଘଟଣାରେ ଭିଜିଲାନ୍ସର ତଦନ୍ତ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+