ଭିଜିଲାନ୍ସ ଜାଲରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ କିରାଣି
ଗଞ୍ଜାମ: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ କନିଷ୍ଠ କିରାଣି । ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଆସିକା ଜଳସମ୍ପଦ ବିଭାଗ CAD ଡିଭିଜନ ନଂ-8 କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ଓ ସେହି ଅଫିସର କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଣେ ଅଭିଯୋଗକାରୀଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏହି ଦୁଇ ଅଧିକାରୀଙ୍କୁ ଧରିଥିଲା ଭିଜିଲାନ୍ସ ।

ଅଫିସରେ ଭଡ଼ାରେ ଲାଗିଥିବା ଗାଡ଼ିର ବକେୟା ବିଲ୍ କ୍ଲିୟର କରିବାକୁ ଲାଞ୍ଚ ନେଉଥିଲେ ଏହି ଦୁଇ ଅଭିଯୁକ୍ତ । ବକେୟା ବିଲ୍ ଗୁଡ଼ିକୁ କ୍ଲିୟର କରି ଦେବା ପାଇଁ ଗାଡ଼ି ମାଲିକଙ୍କୁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ । ଆଜି ଅଭିଯୋଗକାରୀ ଲାଞ୍ଚ ଟଙ୍କାକୁ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ଦେଇଥିଲେ । ସେହି ସମୟରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇ ସେଠାରେ ଉପସ୍ଥିତ ଥିଲେ । ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରା ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିଲେ ।
ଲାଞ୍ଚ ନେଇ ଧରାପଡ଼ିବା ପରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବେଣୁଧର ଦଳାଇଙ୍କ ତିନିଟି ଠିକଣାରେ ଓ କନିଷ୍ଠ କିରାଣି କୈଳାସ ଚନ୍ଦ୍ର ବେହେରାଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଦୁଇ ଅଧିକାରୀ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।












Click it and Unblock the Notifications