ଭିଜିଲାନ୍ସ ଜାଲରେ ଭାରପ୍ରାପ୍ତ ବରିଷ୍ଠ କିରାଣୀ
ଯାଜପୁର: ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀଙ୍କୁ ଧରିଲା ଭିଜିଲାନ୍ସ । ଲାଞ୍ଚ ନେବାବେଳେ ଧରିଛି ଭିଜିଲାନ୍ସ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗର ଭାରପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ । ହରିଜନ ଓ ଆଦିବାସୀ ଅନୁକମ୍ପା ରାଶି ବିଲ୍ ପାସ କରାଇଦେବା ପାଇଁ 10 ହଜାର ଲାଞ୍ଚ ନେବା ବେଳେ ମାଡ଼ି ବସିଛି ଯାଜପୁର ଭିଜିଲାନ୍ସ ।
ଟୁନିଆ ଜେନା ନାମକ ଜଣେ ଅନୁସୂଚିତ ଜାତି ମହିଳାଙ୍କୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ 75 ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ରାଶି ଆସିଥିଲା । ତେବେ ଏହାକୁ ପାସ କରାଇବା ପାଇଁ କିରାଣୀ 25 ହଜାର ଦାବି କରିଥିଲେ । ପୂର୍ବରୁ 15 ହଜାର ନେଇଥିବା ବେଳେ ଆଜି 10 ହଜାର ଦାବି କରିଥିଲେ । ତେବେ ଏହି ସମୟରେ ଯାଜପୁର ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି ।












Click it and Unblock the Notifications