ବନ୍ଧା ହେଲେ ଅବକାରୀ ଅଧୀକ୍ଷକ, ଆୟ ଠାରୁ ମିଳିଲା 208 ପ୍ରତିଶତ ଅଧିକ ସମ୍ପତ୍ତି
ନବରଙ୍ଗପୁର: ବନ୍ଧା ହେଲେ ଅବକାରୀ ଅଧୀକ୍ଷକ । ନବରଙ୍ଗପୁର ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍ଗୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି ।
ଭିଜିଲାନ୍ସ ରେଡ୍ ବେଳେ ଗଙ୍ଗା ପାଇକରାୟଙ୍କର ନିଜ ଆୟ ଠାରୁ 208 ପ୍ରତିଶତ ଅଧିକ ସମ୍ପତ୍ତି ମିଳିଛି । ଗଙ୍ଗାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜ୍ଜୁ ହୋଇଛି । ଗତକାଲି ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଇଥିଲା ।

ନବରଙ୍ଗପୁର ଓ ଜୟପୁର ସମେତ 4ଟି ସ୍ଥାନରେ ଚଢାଉ ଜାରି କରିଥିଲା ଭିଜିଲାନ୍ସ ବିଭାଗ । ଭିଜିଲାନ୍ସର 5ଜଣିଆ ଟିମ ଏହି ରେଡ୍ ରେ ସାମିଲ ହୋଇଥିଲେ । ସଂପୃକ୍ତ ଅଧିକାରୀଙ୍କ ଜୟପୁର ଫାୟାର ଷ୍ଟେସନ ନିକଟରେ ଥିବା 3 ମହଲା କୋଠା, ଜୟପୁରର ପ୍ରକାଶ ବିଦ୍ୟାଳୟ ନିକଟରେ ଥିବା ଜମି, ଜୟପୁର ହନଗୁଡାରେ ଥିବା ପାର୍କିଂ ସେଡ୍, ନବରଙ୍ଗପୁରରେ ଥିବା ଅଫିସ୍ ଚାମ୍ବର, ନବରଙ୍ଗପୁରର ଚାନୁରିଆ ଗୁଦା ଓ ସଦାଶିବ ମାର୍ଗରେ ଥିବା ଆବାସିକ ଭଡା ଘରେ ଚଢାଉ କରାଯାଇଥିଲା । ଆଜି ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି ।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications