Get Updates
Get notified of breaking news, exclusive insights, and must-see stories!

ବନ୍ଧା ହେଲେ ଦୁର୍ନୀତିଗ୍ରସ୍ତ ଅତିରିକ୍ତ ଉପ ଜିଲ୍ଲାପାଳ, ନବରଙ୍ଗପୁରରେ ଉତ୍ସବ ପାଳିଲେ ଜନତା

ଭୁବନେଶ୍ୱର : ଗିରଫ ହେଲେ ଦୁର୍ନୀତିଗ୍ରସ୍ତ ଅତିରିକ୍ତ ଉପଜିଲ୍ଲାପାଳ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଗିରଫ କରିଛି ଭିଜାଲାନ୍ସ ।

ଭିଜିଲାନ୍ସ ଜବତ କରିଥିବା ସମ୍ପତ୍ତି, ଟଙ୍କା ଆଦିର ମୋଟ ମୂଲ୍ୟ ହିସାବ କରୁଛି ଭିଜିଲାନ୍ସ । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି କାର୍ଯ୍ୟାଳୟରେ ପ୍ରଶାନ୍ତଙ୍କ ଘରୁ ଜବତ ଟଙ୍କା, କାଗଜପତ୍ର, ସ୍ଥାବର ଓ ଅସ୍ଥାବର ସଂପତ୍ତିର ଚୂଡାନ୍ତ ତାଲିକା ପ୍ରସ୍ତୁତ କରୁଛି ଭିଜିଲାନ୍ସ ।

vigilance raid

ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ଶେଖର ପୂଜାରୀଙ୍କ ନେତୃତ୍ୱରେ ଦୁଇଟି ଟିମ୍ ପହଞ୍ଚିଛନ୍ତି । ଗୋଟିଏ ଭୁବନେଶ୍ୱରରୁ ଏବଂ ଅନ୍ୟଟି ନବରଙ୍ଗୁପରରେ ଚଢାଉରେ ସାମିଲ ଥିଲେ । ଦୁଇ ଟିମ ସୁନ୍ଦରଗଡରେ ପହଞ୍ଚିବା ପରେ ହିସାବ କରାଯାଇଛି । .

ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ । ତାଙ୍କ ଘରୁ 3 କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା । ପ୍ରଶାନ୍ତ କୁମାର ରାଉତଙ୍କର 5 କୋଟିରୁ ଅଧିକ ପରିମାଣର ହିସାବ ବହିର୍ଭୂତ ସଂପତ୍ତି ଅଛି । ନିଜ ଆୟଠାରୁ ପ୍ରଶାନ୍ତଙ୍କ 500 ପ୍ରତିଶତ ଅଧିକ ସଂପତ୍ତି ଠାବ ହୋଇଥିବା ନେଇ ଭିଜିଲାନ୍ସ ଏସ ପି ଏମ ରାଧାକ୍ରିଷ୍ଣନ୍ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ଘରେ ଚଢାଉ ଏବଂ ଗିରଫଦାରୀକୁ ନେଇ ଉତ୍ସବ ପାଳୁଛନ୍ତି ନବରଙ୍ଗପୁରବାସୀ । ନବରଙ୍ଗପୁରର ସ୍ଥାନୀୟ ଲୋକ ବାଣ ଫୁଟାଇ ମିଠା ଖାଇ ଖୁସି ମନାଉଛନ୍ତି । ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନରେ ସେମାନେ ଖୁସି ବ୍ୟକ୍ତ କରିଛନ୍ତି । "ଏହା ଅନୁଭବ କରୁଛି ଯେ ରାବଣର କବଳରୁ ମୁକ୍ତ ହୋଇଛି । ଟଙ୍କା ଠକିବା ରାଉତର ପ୍ରାଥମିକ କାର୍ଯ୍ୟ ଥିଲା ବୋଲି ଜଣେ ସ୍ଥାନୀୟ ଲୋକ କହିଛନ୍ତି ।"

ଆପଣଙ୍କୁ କହି ରଖୁଛୁ ରେଡ୍ ବେଳେ ଭିଜାଲାନ୍ସ ଏତେ ମାତ୍ର ଟଙ୍କା ପାଥଇଲା ଯେ ଏହାକୁ ଗଣିବା ପାଇଁ ମେସିନ୍ ମଧ୍ୟ କମ୍ ପଡ଼ିଥିଲା । ସୂଚନାନୁସାରେ, ଭୁବନେଶ୍ୱର ଏବଂ ନବରଙ୍ଗପୁରରେ ରାଉତଙ୍କ ବାସଭବନରୁ 3 କୋଟି 02 ଲକ୍ଷ 30 ହଜାର 800 ଟଙ୍କା ଜବତ କରାଯାଇଛି । ସେ ଅନେକ ବେନାମୀ ବ୍ୟାଙ୍କ ଆକାଉଣ୍ଟରେ ନିୟମିତ ନଗଦ ଜମା କରିଥିବା ଜଣାପଡିଛି ।

ଜବତ ହୋଇଥିବା ସମ୍ପତ୍ତି ତାଲିକା

1) କାନନ ବିହାର, ଭୁବନେଶ୍ୱରରେ 1942 ବର୍ଗଫୁଟର ଏକ ଦୁଇ ମହଲା କୋଠା
2) କଟକ ଏବଂ ଭୁବନେଶ୍ୱରର ମୁଖ୍ୟ ଅଞ୍ଚଳରେ 4 ଟି ପ୍ଲଟ ଏବଂ ନବରଙ୍ଗପୁରର ଉମରକୋଟେରେ ଗୋଟିଏ ବେନାମୀ ପ୍ଲଟ୍ ।
3) 41 ଲକ୍ଷରୁ ଅଧିକ ବ୍ୟାଙ୍କ ଏବଂ ଇନସୁରାନ୍ସ ଜମା
4) 2 ଚାରି ଚକିଆ ଯାନ (ଇନୋଭା ଏବଂ ମାରୁତି ସ୍ୱିଫ୍ଟ) ଏବଂ 1 ଟି ଚକିଆ ଯାନ (ହୋଣ୍ଡା ଆକ୍ଟିଭା)
5) 21.35 ଲକ୍ଷରୁ ଅଧିକ ସୁନା ଏବଂ ରୂପା ଅଳଙ୍କାର

ଏହା ବାଦ୍ "ରାଉତ ତାଙ୍କ ଝିଅର ଡାକ୍ତରୀ ଶିକ୍ଷା ଏବଂ ପୁଅର ଶିକ୍ଷାଗତ ଖର୍ଚ୍ଚ ପାଇଁ 87 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ପରବର୍ତ୍ତୀ ସନ୍ଧାନ ଜାରି ରହିଛି । ଆହୁରି ସମ୍ପତ୍ତି ମିଳିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି ।

ଉଲ୍ଲେଖଥାଉ କି ଗତକାଲି ଭୁବନେଶ୍ୱର, ନବରଙ୍ଗପୁର ଓ ଭୁବନେଶ୍ୟରର ୯ଟି ସ୍ଥାନରେ ଏକକାଳୀନ ଚଢଉ କରିଥିଲା ଭିଜିଲାନ୍ସ । ଚଢ଼ାଉ ବେଳେ ଏତେ ପରିମାଣର ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଏହା ପୂର୍ବରୁ 2018 ରେ ମଧ୍ୟ ସେ ଏକ ଲାଞ୍ଚ ମାମଲାରେ ଧରାପଡ଼ିଥିଲେ । ସୁନ୍ଦରଗଡ଼ ବିଶ୍ରା ବ୍ଲକରେ ବିଡିଓ ଥିବା ବେଳେ 1 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+