Get Updates
Get notified of breaking news, exclusive insights, and must-see stories!

5-ଟି କାମର ବିଲ୍ କରିବାକୁ ନେଉଥିଲେ ଲାଞ୍ଚ, ପ୍ରଧାନ ଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ

ଭବାନୀପାଟଣା: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ହେଲେ ପ୍ରଧାନ ଶିକ୍ଷକ । 5-ଟି କାମର ବିଲ୍ ପାସ୍ କରିବାକୁ ଲାଞ୍ଚ ନେଉଥିଲେ ଗୋଲାମୁଣ୍ଡା ବ୍ଲକ୍ ଲେତେର ତ୍ରିଶକ୍ତି ହାଇସ୍କୁଲ ପ୍ରଧାନ ଶିକ୍ଷକ । ଠିକାଦାରଙ୍କ ଠାରୁ ପ୍ରଧାନ ଶିକ୍ଷକ କର୍ଣ୍ଣ କୁମାର ତାଣ୍ଡି 40 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି ।

vigilance

ସୂଚନା ଅନୁସାରେ, ସ୍କୁଲର 5-ଟି କାମ କରିଥିବା ଠିକାଦାର ଜୟରାମ ସାହୁଙ୍କ ବିଲ ପାସ କରିବାକୁ ଲାଞ୍ଚ ମାଗିଥିଲେ ପ୍ରଧାନ ଶିକ୍ଷକ । ଭିଜିଲାନ୍ସ ଡିଏସପି ପ୍ରଦୀପ କୁମାର ଆଇନ୍ଦଙ୍କ ନେତୃତ୍ୱରେ ଦୁଇ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ ବିଭାଗୀୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସର ଦୁଇଟି ଦଳ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କ ଅଫିସ ଏବଂ ଘରେ ଚଢ଼ାଉ କରିଛନ୍ତି ।

ଠିକାଦାର ଜୟରାମ ସାହୁଙ୍କ ବିଲ ପାସ କରିବାକୁ ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡିଙ୍କ ବ୍ୟାଙ୍କ୍ ଜମା ଖାତାରେ ସମ୍ପୃକ୍ତ ଠିକାଦାର 40 ହଜାର ଟଙ୍କା ଜମା କରିଥିଲେ । ଶ୍ରୀ ତାଣ୍ଡି ମୋବାଇଲରେ ଠିକାଦାରକୁ ଦେଇଥିବା ମେସେଜ ଏବଂ ବ୍ୟାଙ୍କ୍ ମେସେଜକୁ ଆଧାର କରି ଭିଜିଲାନ୍ସ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରିଛି ।

ଭିଜିଲାନ୍ସ ପକ୍ଷରୁ ଏକକାଳୀନ ସ୍କୁଲ ଅଫିସ ଓ ତାଙ୍କ ଘରେ ଚଢ଼ାଉ କରିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଭିଜିଲାନ୍ସ ବିଭାଗ ପକ୍ଷରୁ ପ୍ରଧାନଶିକ୍ଷକ ଦ୍ରୋଣ ତାଣ୍ଡିଙ୍କ କାଗଜପତ୍ର ଯାଞ୍ଚ କରାଯାଉଥିବା ଜଣାପଡ଼ିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+