ଭିଜିଲାନ୍ସ ହାବୁଡ଼ରେ ଲାଞ୍ଚୁଆ ଜିଆରଏସ୍
ନୂଆପଡ଼ା: ଭିଜିଲାନ୍ସ ହାବୁଡ଼ରେ ପଡ଼ିଲେ ଲାଞ୍ଚୁଆ ଜିଆରଏସ । ମନରେଗା କାମର ବାକି ଥିବା ଟଙ୍କା କରାଇଦେବା ପାଇଁ ଲାଞ୍ଚ ନେଲା ବେଳେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ସୁନାରିସିକୁଅଁ ପଞ୍ଚାୟତ ଗ୍ରାମ ରୋଜଗାର ସେବକ ବା ଜି.ଆର.ଏସ ପ୍ରାଣବନ୍ଧୁ ଦଣ୍ଡସେନା । ତାଙ୍କ ସହିତ ସେହି ପଞ୍ଚାୟତର ଜଣେ ବ୍ୟକ୍ତି କମଳାକାନ୍ତ ପ୍ରଧାନଙ୍କୁ ମଧ୍ୟ ଗିରଫ କରାଯାଇଛି ।

ମନରେଗା କାମର ବକେୟା ଅର୍ଥ କରାଇଦେବା ପାଇଁ କମଳାକାନ୍ତ ପ୍ରଧାନଙ୍କ ଜରିଆରେ ପ୍ରାଣବନ୍ଧୁ ଦଣ୍ଡସେନା ଜଣଙ୍କ ଠାରୁ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିବା ପରେ ଭିଜିଲାନ୍ସ ଜାଲ ବିଛାଇଥିଲା । ଆଜି ଲାଞ୍ଚ ନେବା ବେଳେ ଟଙ୍କା ଜବତ କରିଛି ଭିଜିଲାନ୍ସ । ଜିଆରଏସ ପ୍ରାଣବନ୍ଧୁ ଦଣ୍ଡସେନା ଓ କମଳାକାନ୍ତ ପ୍ରଧାନଙ୍କୁ ଭିଜିଲାନ୍ସ ଗିରଫ କରିଛି। ଉଭୟଙ୍କ ନାଁରେ ରୁଜୁ ହୋଇଛି ମାମଲା ।
କୋରାପୁଟ ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ କଳାହାଣ୍ଡି ଭିଜିଲାନ୍ସ ଡି.ଏସ.ପି. ପ୍ରଦୀପ କୁମାର ଆଇଣ୍ଡଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ ଟିମ ଜିଆରଏସଙ୍କ ପୈତୃକ ଘର ଓ ଖଡ଼ିଆଳ ବ୍ଲକ କାର୍ଯ୍ୟାଳୟରେ ଚଢ଼ାଉ କରି ଅଧିକ ତଦନ୍ତ ଜାରି ରଖିଛି ।












Click it and Unblock the Notifications