ଭିଜିଲାନ୍ସ ଜାଲରେ ଲାଞ୍ଚୁଆ GRS
ଅନୁଗୁଳ : ଭିଜିଲାନ୍ସ ହାବୁଡ଼ରେ GRS । ଘର କରେଇଦେବା ପାଇଁ 4 ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ମାଡି ବସିଚି ଭିଜିଲାନ୍ସ । ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ GRS ଯଦୁମଣି ମାଝୀ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଫାଇନାଲ ବିଲ ସହ ବୋନସ ଅର୍ଥ ଦେବାପାଇଁ ପୋଡ଼ପୋଡ଼ା ଗାଁର ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ଠାରୁ 4 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ୍ ଯଦୁମଣି ମାଝୀ । ଲାଞ୍ଚ ନ ଦେଇ ବାରମ୍ବାର ଦୌଡ଼ିବା ସତ୍ୱେ ତାଙ୍କ ବିଲ ପାସ ହେଉନଥିଲା । ବାଧ୍ୟ ହୋଇ ସେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଆଜି ଭିଜିଲାନ୍ସ ବିଭାଗର ଯୋଜନା ମୂତାବକ 4 ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଯଦୁମଣି ମାଝୀ କୁ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି । ତାଙ୍କ ବାସଭବନରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ଼ କରୁଛି ।












Click it and Unblock the Notifications