ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାହେଲେ ଦେଓଗାଁ ବ୍ଲକ ବିଆରସି
ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଦେଓଗାଁ ବ୍ଲକ ବିଆରସି । ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । 5000 ଟଙ୍କା ଲାଞ୍ଚ ନେବା ବେଳେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ବିଆରସି ମଧୁସୂଦନ ପଟେଲଙ୍କୁ ଧରିଥିଲେ ଭିଜିଲାନ୍ସ ଅଧିକାରୀ । ତାଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି ।

ପାଇଖାନା ତିଆରି ବିଲ୍ କରାଇ ଦେବା ପାଇଁ ବିଆର୍ସି ମଧୁସୂଦନ ପଟେଲ ଲାଞ୍ଚ ମାଗିଥିଲେ । ଲାଞ୍ଚ ନେଇ ଧରାପଡ଼ିବା ପରେ ବିଆର୍ସି ମଧୁସୂଦନ ପଟେଲଙ୍କ ଦୁଇଟି ଠିକଣା ଉପରେ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଥିଲା । ଭିଜିଲାନ୍ସ ପକ୍ଷରୁ ଏହି ଘଟଣାରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ କରାଯାଉଛି ।












Click it and Unblock the Notifications