ଭିଜାଲାନ୍ସ ହାତରେ ବନ୍ଧା ହେଲେ ଲାଞ୍ଚୁଆ କିରାଣୀ, ପେନସନ୍ ଟଙ୍କା କରାଇବାକୁ ନେଉଥିଲେ ଲାଞ୍ଚ
ଯାଜପୁର: ଶିକ୍ଷକଙ୍କ ପେନସନ୍ ଟଙ୍କା କରାଇବାକୁ ଲାଞ୍ଚ ନେଇ ବନ୍ଧା ହେଲେ ଲାଞ୍ଚୁଆ କିରାଣୀ । ଲାଞ୍ଚ ନେଇ ବନ୍ଧା ହୋଇଛନ୍ତି ଯାଜପୁର ବ୍ଲକ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ।
ଲାଞ୍ଚ ନେବା ବେଳେ ସିଧାସଳଖ ମାଡି ବସିଲା ଭିଜାଲାନ୍ସ । ପେନସନ ଟଙ୍କା କରାଇ ଦେବା ପାଇଁ ଜଣେ ଅବସର ପ୍ରାପ୍ତ ଶିକ୍ଷକଙ୍କ ଠାରୁ 4 ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ମିଳିଥିବା ସୂଚନା ଅନୁସାରେ, ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର ଅବସପ୍ରାପ୍ତ ଶିକ୍ଷକ ନିରଞ୍ଜନ ରାୟଙ୍କ ପେନସନ୍, ଗ୍ରାଚୁଟି ଆଦିର ସମସ୍ତ କାଗଜପତ୍ର କରାଇଦେବାକୁ କିରାଣୀ ମହେଶ୍ୱର 7000 ଟଙ୍କା ଲାଞ୍ଚ ମାଗିଥିଲେ । ଏ ନେଇ ଅବସପ୍ରାପ୍ତ ଶିକ୍ଷକ ଯାଜପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯାଜପୁର ଭିଜିଲାନ୍ସ ଡିଏସପି ଶୁଶିଲ ଏକାଙ୍କ ନେତୃତ୍ବରେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ କିରାଣୀଙ୍କୁ ଧରିବାକୁ କରାଯାଇଥିଲା ପ୍ଲାନ୍ ।
ପୂର୍ବ ଯୋଜନା ମୁତାବକ ନିରଞ୍ଜନଙ୍କ ଠାରୁ 4000 ଲାଞ୍ଚ ନେଉଥିବା ସମୟ ରେ କିରାଣୀ ମହେଶ୍ୱରଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ । ମହେଶ୍ୱରଙ୍କୁ ଗିରଫ କରି ପଚରାଉଚରା କରିବା ସହ ତାଙ୍କ ଭଡ଼ାଘର ଏବଂ ବାସଭବନ ରେ ଭିଜିଲାନ୍ସ ପକ୍ଷରୁ ରେଡ ଜାରି ରହିଛି ।
-
ଗ୍ରାହକଙ୍କ ପାଇଁ ଖୁସି ଖବର; ଏକାଥରକେ ଏତିକି ଟଙ୍କା କମିଲା ସୁନା ଦର -
ଆସୁଛି କାଳବୈଶାଖୀ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ -
LPG ସଙ୍କଟକୁ ନେଇ ବଡ଼ କଥା କହିଲେ ସରକାର,‘ଡୋରଷ୍ଟେପ... -
କାରଣ ଦର୍ଶାଅ ନୋଟିସ୍ର ଉତ୍ତର ରଖିଲେ ବିଜେଡିର ୬ ବିଧାୟକ, କହିଲେ ନୋଟିସ୍ ପ୍ରତ୍ୟାହାର କରନ୍ତୁ, ନଚେତ୍... -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
ଇରାନକୁ କଡ଼ା ଚେତାବନୀ ଦେଲେ ୟୁରୋପୀୟ ଦେଶ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ଯୁଦ୍ଧର ବଡ଼ ପ୍ରଭାବ ; ମିଳୁନି କ୍ରିକେଟ୍ ବଲ୍; ନୂଆ ସିଜିନ୍ ପୂର୍ବରୁ ବଢିଲା ଟେନସନ୍ -
୫ ବିଶ୍ୱନେତାଙ୍କ ସହ କଥା ହେଲେ ମୋଦି -
ପ୍ରେମାନନ୍ଦ ମହାରାଜ ଜୀଙ୍କୁ ଭେଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ -
ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କଲେ ବାଚସ୍ପତି -
ଆୟର୍ଲାଣ୍ଡ ସହ ଦୁଇଟି ସୀମିତ ଓଭର ମ୍ୟାଚ୍ ଖେଳିବ ଭାରତ












Click it and Unblock the Notifications