ପେନସନ୍ ଫାଇଲ୍ କରିବାକୁ ନେଉଥିଲେ ଲାଞ୍ଚ, ମାଡ଼ି ବସିଲା ଭିଜିଲାନ୍ସ

ବଲାଙ୍ଗୀର: ଶିକ୍ଷକଙ୍କ ପେନସନ୍ ଫାଇଲ୍ କ୍ଲିଅର କରିବାକୁ ନେଉଥିଲେ ଲାଞ୍ଚ । ମାଡ଼ି ବସିଲା ଭିଜିଲାନ୍ସ । ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବିଇଓ ଅଫିସ ଆକାଉଣ୍ଟାଣ୍ଟ ।

ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଭାବେ କାର୍ଯ୍ୟରତ ଆକାଉଣ୍ଟାଣ୍ଟ ଶୁକ୍ରବାର ଜଣେ ଶିକ୍ଷକଙ୍କ ଠାରୁ 18 ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଅଭିଯୁକ୍ତ ଚୁକ୍ତିଭିତ୍ତିକ କର୍ମଚାରୀ ଅଜୟ ଖୁଣ୍ଟିଆ । ଲାଞ୍ଚ ଟଙ୍କା ଜବତ କରିବା ସହ ଆକାଉଣ୍ଟାଣ୍ଟଙ୍କ ତିନୋଟି ଠିକଣାରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ ।

vigilane raid

ମିଳିଥିବା ସୂଚନା ଅନୁସାରେ ଅଜୟ ଖୁଣ୍ଟିଆ ସଇଁତଲା ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଚୁକ୍ତିଭିତ୍ତିକ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ସେ 60 ଜଣ ଶିକ୍ଷକଙ୍କୁ ଜାତୀୟ ପେନସନ ଯୋଜନାର ଡିଏ ଟଙ୍କା ଅନୁମୋଦନ କରିବା ପାଇଁ 18 ହଜାର ଲେଖାଏଁ ଲାଞ୍ଚ ମାଗିଥିଲେ । ଆକାଉଣ୍ଟାଣ୍ଟଙ୍କ ଠାରୁ ଟଙ୍କା ପାଇବା ପାଇଁ ବାରମ୍ବାର ନିରାଶ ହେବା ପରେ ସଇଁତଲା ବ୍ଳକ ଲମକାନି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସହଦେବ ଦନ୍ତା ସମ୍ବଲପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଏହା ପରେ ଆକାଉଣ୍ଟାଣ୍ଟଙ୍କୁ ରେଡ୍ ହ୍ୟାଣ୍ଡରେ ଧରିବାକୁ ଯୋଜନା କରିଥିଲା ଭିଜିଲାନ୍ସ ।

ଆଜି ସହଦେବ ଦନ୍ତାଙ୍କ ଠାରୁ ଶ୍ରୀ ଖୁଣ୍ଟିଆ 18 ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳ ପୂର୍ବରୁ ଜଗିଥିବା ଭିଜିଲାନ୍ସ କର୍ମଚାରୀମାନେ ଚଢ଼ଉ କରିଥିଲେ । ଘଟଣାସ୍ଥଳରୁ ଲାଞ୍ଚ ଟଙ୍କା ଜବତ ହୋଇଥିଲା । ସମ୍ବଲପୁର ଭିଜିଲାନ୍ସ ଏନେଇ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆକାଉଣ୍ଟାଣ୍ଟକୁ ଗିରଫ କରିଥିବା ଜଣାପଡିଛି ।

ଲାଞ୍ଚ ଟଙ୍କା ଜବତ କରିବା ସହ ବଲାଙ୍ଗୀର ଭିଜିଲାନ୍ସ ଓ ଅନ୍ୟ ଦୁଇ ଭିଜିଲାନ୍ସ ଟିମ୍ ଏବେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ ଜାରି ରଖିଛନ୍ତି । ଆକାଉଣ୍ଟାଣ୍ଟଙ୍କ ସଇଁତଳା ସ୍ଥିତ ତାଙ୍କ କାର୍ଯ୍ୟାଳୟ, ପୈତୃକ ଘରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ବର୍ତ୍ତମାନ ଚଢାଉ ଓ ଛାନଭିନ୍ ଜାରି ରହିଥିବା ବେଳେ ଏହା ସରିବା ପରେ ଆହୁରି ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+