ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ହଡ଼ପ କରି ସେୟାର ମାର୍କେଟ୍ ରେ ଲଗାଇଥିଲେ ବିଇଓ, ବାନ୍ଧିଲା ଭିଜିଲାନ୍ସ
ଦାରିଙ୍ଗବାଡ଼ି: ଶିକ୍ଷକମାନଙ୍କ ନ୍ୟାସନାଲ ପେନସନ୍ ସ୍କିମ୍ ଟଙ୍କା ଉଠାଇନେଇଥିଲେ ବିଇଓ । ଏହି ଅଭିଯୋଗରେ ଦାରିଙ୍ଗବାଡ଼ି ବିଇଓଙ୍କୁ ଉଠାଇ ନେଇଛି ଭିଜିଲାନ୍ସ । ବିଇଓ ସ୍କିମର ପ୍ରାୟ 20 ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ ବିଇଓ ରସାନନ୍ଦ କର ନ୍ିୟାସନାଲ ପେନସନ୍ ସ୍କିମ୍ ର ପ୍ରାୟ 20 ଲକ୍ଷ ଟଙ୍କା ହେରଫେର କରି ସେୟାର ମାର୍କେଟରେ ନିବେଶ କରିଛନ୍ତି । ଶିକ୍ଷକମାନେ ନ୍ୟାସନାଲ ସ୍କିମ ପେନସନ୍ ଜରିଆରେ ଲୋନ ଉଠାଇଥାନ୍ତି । ଏହି ଲୋନ୍ ଟଙ୍କା ଉଠାଇବା ପାଇଁ ଶିକ୍ଷକଙ୍କ ବଦଳରେ ନିଜର ଇମେଲ ଓ ଫୋନ ନମ୍ବର ଦେଇଥାନ୍ତି ବିଇଓ । ଶିକ୍ଷକମାନେ ଏହି ଲୋନ ଉଠାଇବା ବେଳେ ଓଟିପି ବିଇଓଙ୍କ ପାଖକୁ ଆସିଥାଏ । ବିଇଓ ଏହି ସୁଯୋଗରେ ଶିକ୍ଷକଙ୍କ ନାଁରେ ଲୋନ୍ ଟଙ୍କା ହଡ଼ପ କରିଥାନ୍ତି ।
ଏହାସହ ଲୋନ୍ ଟଙ୍କା ଉଠାଇବା ପାଇଁ ବିଇଓ ମଧ୍ୟ ଶିକ୍ଷକମାନଙ୍କୁ ଲାଞ୍ଚ ମାଗିଥାନ୍ତି । ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ତଦନ୍ତ କରି ଗତକାଲି ବିଇଓଙ୍କୁ ଘରୁ ଉଠାଇ ନେଇ ପଚରାଉଚରା କରିଛି ।
ଫୁଲବାଣୀ ଭିଜିଲାନସ୍ ଇନ୍ସପେକ୍ଟର କୁମୁଦିନୀ ସାହୁଙ୍କ ସୂଚନା ଅନୁଯାୟୀ ବ୍ଲକ ଶିକ୍ଷା ଅଧିକାରୀ ରସାନନ୍ଦ ଶିକ୍ଷକଙ୍କ ନ୍ୟାସନାଲ୍ ପେନ୍ସନ୍ ସ୍କିମରୁ 20 ଲକ୍ଷ ଟଙ୍କା ନିଜ ଦରମା ଆକାଉଣ୍ଟକୁ ସ୍ଥାନାନ୍ତର କରି ଏକ ସେଆର୍ ମାର୍କେଟରେ ଟଙ୍କା ବ୍ୟୟ କରିଥିଲେ । ଏହା ଭିଜିଲାନ୍ସ ବିଭାଗ ଜାଣିପାରି ତଦନ୍ତ କରିବା ବେଳେ ଏହାର ସତ୍ୟାସତ୍ୟ ପାଇଥିଲା । ଗତକାଲି ସନ୍ଧ୍ୟାରେ ତାଙ୍କୁ ଗିରଫ କରାଯାଇଛି ।












Click it and Unblock the Notifications