ପୁଣି ଜଣେ ଲାଞ୍ଚୁଆ ଖାକି ମ୍ୟାଡାମ୍, ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ

କୋରାପୁଟ : ଭିଜିଲାନ୍ସ ହାତରେ ଲାଗିଛନ୍ତି ଆଉ ଜଣେ ଲାଞ୍ଚୁଆ ପୋଲିସ୍ ମ୍ୟାଡାମ୍ । ଲାଞ୍ଚ ନେବା ବେଳେ ରେଜ୍ ହ୍ୟାଣ୍ଡରେ ଧରିଛି ଭିଜିଲାନ୍ସ ଟିମ୍ । କୋରାପୁଟ ଜିଲ୍ଲା ଦଶମନ୍ତପୁର ଥାନା ମହିଳା ଏଏସ୍‌ଆଇ ଦୀପିକା ହୀରା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । 8 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ । ଏହି ଲାଞ୍ଚ କାରବାରରେ ଥାନାର ଆଉ କେହି କର୍ମଚାରୀ ସଂପୃକ୍ତ ଅଛନ୍ତି ନା ନାହିଁ, ସେ ନେଇ ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

vigilance

ଗତ କିଛି ଦିନ ହେବ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଅନେକ ଲାଞ୍ଚୁଆ ବାବୁ । ଏଥିରେ ଅଛନ୍ତି ପୋଲିସ୍, ତହସିଲଦାର ଏବଂ ଅନ୍ୟ ସରକାରୀ ବାବୁ । କେଉଁଠି ମାମଲା ରଫାଦଫା କରିବାକୁ ଖାକି ବାବୁ ହାତଗୁଞ୍ଜା ନେଉଛନ୍ତି ତ କେଉଁଠି ଜବତ ଗାଡ଼ି ଛାଡ଼ିବାକୁ ଟଙ୍କାର ସାଲିସ୍ କରୁଛନ୍ତି ସରକାରୀ ବାବୁମାନେ ।

ଆଜି ସକାଳେ ନୟାଗଡ଼ ଜିଲ୍ଲା ଗଣିଆର ଅତିରିକ୍ତ ତହସିଲଦାର ବାଲି ଗାଡ଼ି ଛାଡ଼ିବାକୁ ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ସେହିପରି ଦୁଇ ଦିନ ତଳେ ଅନୁଗୁଳ ଜିଲ୍ଲା କିଆକଟା ଥାନାର ଏଏସ୍‌ଆଇ ନବୀନ ଶତପଥୀ ଜଣେ ବ୍ୟକ୍ତିଙ୍କ ଠାରୁ 20 ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହା ପୂର୍ବରୁ 21 ତାରିଖରେ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ।

ଏହା ବାଦ୍ ଜୁଲାଇ 19 ତାରିଖରେ ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ଚାନ୍ଦା ବାବଦକୁ 50 ହଜାର ଟଙ୍କା ନେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ବଳି ମହାନ୍ତି ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+