Get Updates
Get notified of breaking news, exclusive insights, and must-see stories!

ପୁଣି ଧରାପଡ଼ିଲେ ଜଣେ ଲାଞ୍ଚୁଆ ବାବୁ, ବାଲି ଗାଡ଼ି ଛାଡ଼ିବାକୁ ନେଉଥିଲେ ଟଙ୍କା

ନୟାଗଡ: ଧରା ପକାଇଦେଲା ଲାଞ୍ଚ । ଅଧିକ ଲୋଭରୁ ଭିଜିଲାନ୍ସ ହାତରେ ଧରାପଡ଼ିଯାଇଛନ୍ତି ସରକାରୀ ବାବୁ । ବାଲି ଗାଡ଼ି ଛାଡ଼ିବାକୁ ଟଙ୍କା ନେଉଥିବା ବେଳେ ଧରାପଡ଼ିଛନ୍ତି ନୟାଗଡ଼ ଜିଲ୍ଲା ଗଣିଆ ତହସିର ଅତିରିକ୍ତ ତହସିଲଦାର ବନମାଳି ପରିଡ଼ା ।

Vigilance
ବାଲି ବୋଝେଇ ହାଇୱା ଟ୍ରକକୁ ଧରିଥିଲେ ବାବୁ । ଏହାକୁ ଛାଡି ଦେବା ପାଇଁ ମାଲିକଙ୍କ ଠାରୁ 13 ହଜାର ଟଙ୍କା ହାତଗୁଞ୍ଜା ମାଗିଥିଲେ । ଗତ 24 ତାରିଖରେ 10 ହଜାର ଟଙ୍କା ନେଇଥିଲେ । ବାକି 3 ହଜାର ଟଙ୍କା ନେବା ବେଳଏ ମାଡ଼ଡି ବସିଛି ଭିଜିଲାନ୍ସ ।

ଆଜି ସକାଳେ ଗାଡ଼ି ମାଲିକ ଗଣିଆ ତହସିଲ କଲୋନୀରେ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ାଙ୍କୁ ଅବଶିଷ୍ଟ 3 ହଜାର ଟଙ୍କା ଦେବାକୁ ଯାଇଥିଲ । ଉକ୍ତ ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ ଉଠାଇ ନେଇଛନ୍ତି । ନୟାଗଡ ଓ ଭୁବନେଶ୍ୱର ଭିଜିଲାନ୍ସର ଟିମ୍‌ ମିଳିତ ଭାବେ ଅତିରିକ୍ତ ତହସିଲଦାରଙ୍କୁ ଉଠାଇ ନେଇଥିବା ଜଣାଯାଇଛି ।

ଭୁବନେଶ୍ୱର ଭିଜିଲାନ୍ସ ତାଙ୍କ ବିରୋଧରେ କେସ ନଂ.19/2023 ରେ ମାମଲା ରୁଜୁ କରିଛି । ତଦନ୍ତ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+