Get Updates
Get notified of breaking news, exclusive insights, and must-see stories!

ଭୁବନେଶ୍ୱରରେ ଉପରାଷ୍ଟ୍ରପତି ଭଙ୍କେୟା ନାଇଡୁ, ଜାଣନ୍ତୁ କଣ ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଷ୍ଟ୍ରପତି ଭଙ୍କେୟା ନାଇଡୁ । ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ ।

ଭୁବନେଶ୍ବର : ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଗସ୍ତରେ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି ଷ୍ଟ୍ରପତି ଭଙ୍କେୟା ନାଇଡୁ । ବିମାନବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରିଥିଲେ। ସେଠାରୁ ଏମ. ଭେଙ୍କେୟା ନାଇଡୁ ସିଧାସଳଖ ରାଜଭବନ ଯାଇଛନ୍ତି । ରାଜଭବନ ସେ ମଧ୍ୟାହ୍ନଭୋଜନ କରିବାର କାର୍ଯ୍ୟକ୍ରମ ରହିଛି ।

Vice-President

କଣ ରହିଛି ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

ଆଜି ଅପରାହ୍ନ 4ଟା 45ରେ ରାଜଭବନରୁ ବାହାରି ସଡ଼କ ପଥରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ଆଦିକବି ସାରଳା ଭବନକୁ ଯିବେ । ଅପରାହ୍ନ 5ଟା 30ରୁ 6ଟା 30ଟା ପର୍ଯ୍ୟନ୍ତ କଟକ ସାରଳା ଭବନଠାରେ ଆୟୋଜିତ ହେବାକୁ ଥିବା ଆଦିକବି ସାରଳା ଦାସଙ୍କ 600ତମ ଜନ୍ମ ଉତ୍ସବ ତଥା ସାରଳା ସାହିତ୍ୟ ସଂସଦର 40ତମ ବାର୍ଷିକ ସମାରୋହରେ ଉପସ୍ଥିତ ରହିବେ । ଏହାପରେ ସନ୍ଧ୍ୟା 6ଟା 30ରେ ସାରଳା ଭବନରୁ ବାହାରି 7ଟା 5ରେ ରାଜଭବନରେ ପହଞ୍ଚି ସେଠାରେ ରାତ୍ରିଯାପନ କରିବେ । ଏହାପରେ ଆସନ୍ତାକାଲି (ଶନିବାର) ପୂର୍ବାହ୍ନ 10.30ମିନଟରେ ଉତ୍କଳ ବିଶ୍ବବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶନିବାର ପୂର୍ବାହ୍ନ 10 ଟା 20ରେ କ୍ୟାମ୍ପସରେ ପହଞ୍ଚିବା ସହ ପୂର୍ବାହ୍ନ 11 ଟା 30 ପର୍ଯ୍ୟନ୍ତ ସେଠାରେ ରହିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ରାଜଭବନକୁ ଯାଇ ସେଠାରେ ମଧ୍ୟାହ୍ନଭୋଜନ କରିବେ ଏବଂ ଅପରାହ୍ଣ 5ଟାରେ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି ।

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଉପରାଷ୍ଚ୍ରପତିଙ୍କ ଗସ୍ତକୁ ନଜରରେ ରଖି ରାଜଭବନ, ସାରଳା ଭବନ ଓ ବାଣୀବିହାରରେ କମିଶନରେଟ୍ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପାଇଁ 55 ପ୍ଲାଟୁନ୍ ପୋଲିସ୍ ଫୋର୍ସ ସହିତ 300 ଅଫିସର୍ ନିୟୋଜିତ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଏଥିସହିତ ରାଷ୍ଟ୍ରପତିଙ୍କ ନିକଟରେ ଡ୍ୟୁଟିରେଥିବା ପୋଲିସ୍ ଅଧିକାରୀଙ୍କ ଆରଟି-ପିସିଆର୍ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଡିସିପି ଡ଼ ଉମାଶଙ୍କର ଦାସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+