ନିରିମାଖୀ କୁଆଁରୀ... ଗାୟିକା ବିନୋଦିନୀ ଦେବୀଙ୍କ ପରଲୋକ
ଭୁବନେଶ୍ୱର: ପରଲୋକରେ ନିରିମାଖୀ କୁଆଁରୀ... ର ଗାୟିକା ବିନୋଦିନୀ ଦେବୀ । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ 86 ବର୍ଷ ହୋଇଥିଲା । ମସ୍ତିଷ୍କାଘାତରେ ଦୀର୍ଘ ମାସ ହେବ ଶଯ୍ୟାଶାୟୀ ଥିବା ବିନୋଦିନୀ ଦେବୀ । ଅନୁଗୁଳସ୍ଥିତ ତାଙ୍କ ସାନ ପୁଅଙ୍କ ବାସଭବନରେ ଆଜି ବିନୋଦିନୀ ଦେବାଙ୍କ ପରଲୋକ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର ଶେଷକୃତ୍ୟ ପୁରୀ ସ୍ବର୍ଗଦ୍ବାରରେ ସଂପନ୍ନ କରାଯିବ। ତାଙ୍କ ବିୟୋଗରେ ସଙ୍ଗୀତଜଗତରେ ଶୋକର ଛାୟା ଖେଳିଯାଇଛି ।

ଓଡ଼ିଆ ସୁଗମ ଏବଂ ଚଳଚ୍ଚିତ୍ର ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ ଗୀତିକାର ଥିଲେ ସେ । ସେ ଥିଲେ ଓଡିଆ ଚଳଚ୍ଚିତ୍ରର ପ୍ରଥମ ମହିଳା ଗୀତିକାର । ବିନୋଦିନୀ ଦେବୀ କଟକ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର ଥିଲେ । ତାଙ୍କ ରଚିତ ସିନେମାଗୀତଗୁଡ଼ିକ ମଧ୍ୟରେ ରକତ ଟଳମଳ ଖଇର ପାଞ୍ଚପଳ...(ମଲାଜହ୍ନ), କାଳିଆ ଆସିଲା ଭାଇ କାଳିଆ ଆସିଲା.. , ସେ ତ ଭକତ ଭାବରେ ବନ୍ଧା..(ଶ୍ରୀ ଜଗନ୍ନାଥ), ନିରିମାଖୀ କୁଆଁରୀ ମୁଁ...(ତଅପୋଇ) ଏବଂ ନଟ ହେ ମଞ୍ଜି ପୋତିଲ..(ଜୟ ଜଗନ୍ନାଥ) ବେଶ୍ ଲୋକପ୍ରିୟ । ଓଡ଼ିଆ ସଙ୍ଗୀତର ବେତାଜ ବାଦଶାହା ଅକ୍ଷୟ ମହାନ୍ତି ହିଁ ତାଙ୍କୁ ପ୍ରଥମେ ମଲାଜହ୍ନ ସିନେମାରେ ଓ ପରବର୍ତ୍ତୀ କାଳରେ ଅନ୍ୟ ସିନେମାରେ ଗୀତ ଲେଖିବାର ସୁଯୋଗ ଦେଇଥିଲେ ।
କଟକ ତିଗିରିଆରେ 1937 ମସିହାରେ ଜନ୍ମ ଗ୍ରହଣ କରିଥିଲେ ଗୀତିକାର ଶ୍ରୀମତୀ ବିନୋଦିନୀ ଦେବୀ । ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ସୁଜନପୁର ଗ୍ରାମରେ ବିବାହ କରିଥିଲେ । 1958 ମସିହାରୁ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ ଗୀତିକବି ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । 1965 ରେ ମୁକ୍ତିଲାଭ କରିଥିବା 'ମଲାଜହ୍ନ' ଚଳଚ୍ଚିତ୍ରରୁ ସେ ଆରମ୍ଭ କରିଥିଲେ ତାଙ୍କର ଗୀତ ରଚନା । ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ୱକାଳ ଆକାଶବାଣୀ, ଦୂରଦର୍ଶନ, ଚଳଚ୍ଚିତ୍ର ଓ ଅନ୍ୟ ପ୍ରସାରଣ ମାଧ୍ୟମ ପାଇଁ ଗୀତ ରଚନା କରିଛନ୍ତି ।












Click it and Unblock the Notifications