Get Updates
Get notified of breaking news, exclusive insights, and must-see stories!

ବର୍ଷା-ଅନୁଭବ ମାମଲା: ହେବନି ଛାଡ଼ପତ୍ର, ଆବେଦନ ଖାରଜ କଲେ କୋର୍ଟ

ବର୍ଷା-ଅନୁଭବ ମାମଲା: ବହୁ ଚର୍ଚ୍ଚିତ ଷ୍ଟାର୍ ଫ୍ୟାମିଲି କଳି । ଖାରଜ ହୋଇଛି ବିଜେ଼ି ସାଂସଦ ଅନୁଭବଙ୍କ ଛାଡ଼ପତ୍ର ଆବେଦନ । ସେହିପରି ପତ୍ନୀ ଅଭିନେତ୍ରୀ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ କରିଛନ୍ତି କୋର୍ଟ । ଅନୁଭବ ବିବାହ ବିଚ୍ଛେଦ ଆବେଦନ କରିଥିବା ବେଳେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ସ୍ୱାମୀ-ସ୍ତ୍ରୀ ଭାବେ ରହିବା ପାଇଁ ଆବେଦନ କରିଥିଲେ । ଏହି ଦୁଇ ଆବେଦନକୁ ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି ଫ୍ୟାମିଲ କୋର୍ଟ ।

Varsha Priyadarshini-Aunubhav

ଅନୁଭବ ବିବାହ ବିଚ୍ଛେଦ ଆବେଦନ ଖାରଜ ହୋଇଯାଇଥିବା ବେଳେ ତାଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ସବୁଠୁ ବଡ଼ କଥା ହେଉଛି ଆଜି ଏହି ମାମଲାର ଅନ୍ତ ହୋଇଛି । ମାମଲାଟି ଶେଷ ହେବାରେ ବହୁ ବିଳମ୍ବ ହେଉଥିଲା । ଏହାର ଆବେଦନକାରୀ ଥିଲେ ଅନୁଭବ ମହାନ୍ତି । 2020 ମସିହାରୁ ସେ ଏହି ମାମଲା ପଛରେ ଲାଗିଥିଲେ । ଶେଷରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମାମଲାଟି ଶେଷ ହୋଇଛି । ଆମେ ଯେଉଁ ବିବାହ ବିଚ୍ଛେଦ ଆବେଦନ କରିଥିଲୁ, ତାହା ଖାରଜ ହୋଇଯାଇଛି । ସେହିପରି ତାଙ୍କ (ବର୍ଷା ପ୍ରିୟଦର୍ଶିନୀଙ୍କ) ଆବେଦନ ମଧ୍ୟ ଖାରଜ ହୋଇଛି । ତେଣୁ କେହି କାହା ପାଖରେ ରହିପାରିବେ ନାହିଁ ।

ଗୋଟିଏ ପଟରେ କୋର୍ଟ ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଥିବା ବେଳେ ଅନ୍ୟପକ୍ଷରେ ସ୍ୱାମୀ-ସ୍ତ୍ରୀ ଭାବେ ପୁଣି ଏକାଠି ରହିବାକୁ ବର୍ଷା କରିଥିବା ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଛନ୍ତି । କୋର୍ଟଙ୍କ ଏଭଳି ଏକ ଆଦେଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର କହିଛନ୍ତି, ଆମେ ଏବେ କେବଳ କୋର୍ଟଙ୍କ ନିର୍ଦ୍ଦେଶର କାର୍ଯ୍ୟକାରୀ ଅଂଶଟିକୁ ଦେଖିଛୁ। ସେଥିରେ ଉଭୟଙ୍କ ଆବେଦନ ଖାରଜ କରାଯାଇଛି । ତେଣୁ ପୂରା ଜଜ୍‌ମେଣ୍ଟଟି ଆସିଲା ପରେ ଆମେ ତାକୁ ପୁଙ୍ଖାନୁପୁଙ୍ଖ ଭାବେ ତର୍ଜମା କରିବୁ । ଉପର କୋର୍ଟରେ ଆବେଦନ କରିବା ନେଇ ଆମ ପାଖରେ ସୁଯୋଗ ରହିଛି । ଆମେ ନିଶ୍ଚିତ ଭାବେ ଉପରକୋର୍ଟକୁ ଯିବୁ ।

କୋର୍ଟଙ୍କ ରାୟ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ଉଭୟ ବର୍ଷା ଓ ଅନୁଭବ । ବର୍ଷା ତାଙ୍କ ଏକ୍ସ (ପୂର୍ବର ଟ୍ୱିଟର)ରେ ଏକ ଫଟୋ ପୋଷ୍ଟ କରି ସତ୍ୟର ସବୁ ବେଳେ ଜୟ ହୁଏ ବୋଲି ଉଲ୍ଲେଖ କରିଥିବା ବେଳେ ସେପଟେ ନ୍ୟାୟର ସର୍ବଦା ଜୟ ହୁଏ ବୋଲି ଗଣମାଧ୍ୟମକୁ କହିଛନ୍ତି ଅନୁଭବ ମହାନ୍ତି ।

ଅନୁଭବ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ 2020 ଜୁଲାଇ 16 ‌ରେ ପିଟିସନ୍ ଦାଖଲ କରିଥିଲେ । ଛାଡ଼ପତ୍ର ପାଇଁ ଅନୁଭବ ଦାୟର କରିଥିବା ଆବେଦନକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ କିନ୍ତୁ ବର୍ଷା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

2020 ଅକ୍ଟୋବର 16 ରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ତାହାକୁ ମଧ୍ୟସ୍ଥତା କେନ୍ଦ୍ରକୁ ପଠାଇଥିଲେ । କିନ୍ତୁ ମଧ୍ୟସ୍ଥତା କେନ୍ଦ୍ରରେ ବିବାଦର ସମାଧାନ ହୋଇ ପାରି ନଥିଲା । 2021 ମାର୍ଚ୍ଚ 5 ରେ ସୁପ୍ରିମକୋର୍ଟ ଅନୁଭବଙ୍କ ସହମତିକୁ ବିଚାରକୁ ନେଇ ମାମଲାକୁ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ । 2021 ଅପ୍ରେଲ 5 ରୁ କଟକ ପରିବାର ଅଦାଲତରେ ଏହି ମାମଲା ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+