18 ରେ ପୁରୀରୁ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍, ଜାଣନ୍ତୁ ଏହାର ଭଡ଼ା ଓ ରହଣୀ ସ୍ଥଳ

ଭୁବନେଶ୍ୱର: ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ଶୁଭାରମ୍ଭ ତାରିଖରେ ପରିବର୍ତ୍ତନ ହୋଇଛି । ଆସନ୍ତା ମେ 18 ରେ ପୁରୀ ରୁ ହାୱଡ଼ା ଅଭିମୁଖେ ବନ୍ଦେ ଭାରତ ଏକ୍ସପ୍ରେସ୍ ର ଶୁଭାରମ୍ଭ ହେବ । ପୂର୍ବରୁ ଏହା ମେ 15 ରେ ହେବ ବୋଲି କୁହାଯାଇଥିଲା ।
ପୂର୍ବତନ ରେଳବାଇ ପକ୍ଷରି ଜାରି ହୋଇଥିବା ସୂଚନାରେ ଏହା ମେ 18 ମଧ୍ୟାହ୍ନ 12 ଟାରେ ରେ ଶୁଭାରମ୍ଭ ହେବ ବୋଲି କୁହାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର ସୂଚନା ଥିଲା । ତେବେ ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଉଦଘାଟନ କରିବେ ନା ପୁରୀ ଆସିବେ ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ ।
ଏହା ପୂର୍ବରୁ ଅପ୍ରେଲ 28 ରେ ବନ୍ଦେ ଭାରତର ଟ୍ରାଏଲ୍ ରନ କରିଥିଲା । ସୂଚନା ଅନୁସାରେ, ବନ୍ଦେ ଭାରତ ଏକ୍ସପ୍ରେସ୍ ହାୱଡ଼ାରୁ ସକାଳ 5.50 ରେ ଛାଡ଼ି ପୁରୀରେ ଦିନ 11.50 ରେ ପହଞ୍ଚିବ । ସେହିଭଳି ପୁରୀରୁ ଦିନ 2 ଟାରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଛାଡ଼ି ହାୱଡ଼ାରେ ସନ୍ଧ୍ୟା 7.30 ରେ ପହଞ୍ଚିବ ।
ହାୱଡ଼ା - ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ୍, ଭଦ୍ରକ, ବାଲେଶ୍ୱର ଓ ହଳଦିଆ ଷ୍ଟେସନରେ ରହଣି କରିପାରେ । ସେହିଭଳି ହାୱଡ଼ାରୁ ପୁରୀ ପାଇଁ ଭଡ଼ା 1590 ଟଙ୍କା ଚେୟାର କାର, 2815 ଟଙ୍କା ଏକଜୁକ୍ୟୁଟିଭ୍ କ୍ଲାସରେ କାଟରିଂ ସେବା ସହ ରହିବା ଆଶା କରାଯାଉଛି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର












Click it and Unblock the Notifications