Get Updates
Get notified of breaking news, exclusive insights, and must-see stories!

Valentines Day: ଫେବୃଆରୀରେ କାହିଁକି ଭାଲେଣ୍ଟାଇନ୍ ଡେ' ? କଣ ରହିଛି ଏହା ପଛର କାରଣ...

Valentines Day 2024: ଚାରିଆଡ଼େ ଚାଲିଛି ପ୍ରେମ ସପ୍ତାହ । ପେବୃଆରୀ 7 ରୁ ଆରମ୍ଭ ହୋଇଥିବା ପ୍ରେମର ଏହି ଖାସ୍ ଦିନ ଗୁଡ଼ିକୁ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି ପ୍ରେମୀ । ପରସ୍ପରକୁ ମିଶିବା ସହ ନିଜ ମନର କଥା କହି ସେହି ବିଶେଷ ମୁହୂର୍ତ୍ତକୁ ଚିରସ୍ମରଣୀୟ କରିଥଆନ୍ତି ପ୍ରେମୀ ।

ଜାତିଧର୍ମର ଆକଟକୁ ନ ମାନି... ବିଶ୍ୱାସ, ବନ୍ଧନର ବସା ବାନ୍ଧନ୍ତି ପ୍ରେମୀ । ମାଘ ମାସର ଶୀତୁଆ ସକାଳରେ କୁହୁଡ଼ିର ସ୍ପର୍ଶରେ ପ୍ରେମର ପହିଲି ଛୁଆଁରେ ଆମୋଦିତ ହୋଇଯାଏ ଏମାନିଆ ମନ । ଖାସ ସେଇଥିପାଇଁ ଏହି ଦିନଟିକୁ ଚାହିଁ ରହିଥାନ୍ତି ପ୍ରେମ ପକ୍ଷ ।

Valentines day 2024

କିନ୍ତୁ ଆଧୁନିକତାର ସ୍ପର୍ଶରେ ଭାଲେଣ୍ଟାଇନ୍ସ ଡେ'କୁ ନୂଆ ପରିଚୟ ଦେଇଛନ୍ତି ଆଜିର ଯୁବପିଢି । ନିଜର ମନର ମଣିଷ ଆଗରେ ହୃଦୟର କଥା କହି ଭାଲେଣ୍ଟାଇନ ଡେ'କୁ ସ୍ୱତନ୍ତ୍ର କରିବା ପାଇଁ ଯୁବପିଢି କୌଣସି ସୁଯୋଗକୁ ହାତଛଡା କରନ୍ତି ନାହିଁ ।

ତେବେ ଫେବୃଆରୀ ମାସରେ କାହିଁକି ପାଳନ କରାଯାଏ ପ୍ରେମର ଏହି ସ୍ୱତନ୍ତ୍ର ଦିନ ? କଣ ରହିଛି ଏହା ପଛର କାରଣ ? ଏହା ଆମ ଭାରତର ପରମ୍ପରା ନା ଅନ୍ୟ କେଉଁ ଦେଶର ପରମ୍ପରାକୁ ଆମ ଯୁବପିଢି ଆପଣେଇ ନେଇଛନ୍ତି... ଏହି ସବୁ ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚୟ ଆସୁଥିବ ।

ଏହି ଦିନ ଭାଲେଣ୍ଟାଇନ୍ ଡେ' ପାଳନ କରିବା ନେଇ ରହିଛି ବିଶେଷ ଗୁରୁତ୍ୱ । ଏହା ପଛରେ ଜଡିତ ଅଛି ଜଣେ ସନ୍ଥଙ୍କ କାହାଣୀ । ଆସନ୍ତୁ ଜାଣିବା ସନ୍ଥଙ୍କ କାହାଣୀରେ କେମିତି ଆସିଲା ପ୍ରେମ...

ଭାଲେଣ୍ଟାଇନ୍‌ ଡେ'କୁ ଆମେ ପ୍ରେମ ଦିବସ ଭାବେ ପାଳନ କରନ୍ତି । ସେଥିପାଇଁ ଫେବୃଆରୀ 14 ରେ ସମଗ୍ର ବିଶ୍ୱରେ ଭାଲେଣ୍ଟାଇନ୍ ଡେ' ପାଳନ କରାଯାଏ । ବିଶେଷକରି ପ୍ରେମୀଯୁଗଳଙ୍କ ପାଇଁ ଭାଲେଣ୍ଟାଇନ୍ ଡେ' ଅତ୍ୟନ୍ତ ସ୍ୱତନ୍ତ୍ର । ତେବେ ଫେବୃଆରୀ 14 ରେ ଭାଲେଣ୍ଟାଇନ୍ ଡେ' ପାଳନ କରିବାର ପ୍ରକୃତ କାରଣ କଣ... ଆସନ୍ତୁ ଜାଣିବା ଏହି ଦିନ ସହିତ ଜଡିତ କିଛି ରୋଚକ ତଥ୍ୟ ବିଷୟରେ...

କାହିଁକି ଭାଲେଣ୍ଟାଇନ୍ ଡେ' :

ଭାଲେଣ୍ଟାଇନ୍ ଡେ'ର କାହାଣୀ ରୋମ୍‌ର ଜଣେ ସନ୍ଥଙ୍କ ଉପରେ ଆଧାରିତ । ତାଙ୍କର ନାଁ ସେଣ୍ଟ୍‌ ଭାଲେଣ୍ଟାଇନ୍ ଥିଲା । 270 ଖ୍ରୀଷ୍ଟାବ୍ଦରେ, ରୋମ୍‌ର ରାଜା କ୍ଲାଉଡିୟସ୍ ସମ୍ପୂର୍ଣ୍ଣ ପ୍ରେମ ବିରୋଧୀ ଥିଲେ । ସେ ମଧ୍ୟ ପ୍ରେମ ବିବାହକୁ ଦୃଢ ବିରୋଧ କରୁଥିଲେ । କ୍ଲାଉଡିୟସ୍ ବିଶ୍ୱାସ କରୁଥିଲେ ଯେ ପ୍ରେମକୁ ପ୍ରୋତ୍ସାହିତ କଲେ ଏହା ରୋମ୍‌ର ସୈନିକମାନଙ୍କ ଧ୍ୟାନ ଭଙ୍ଗ କରିବ । ଏଥିପାଇଁ ରୋମର ସୈନ୍ୟବଳ ଦୁର୍ବଳ ହୋଇଯିବ । ଏମିତି କି ରାଜା କ୍ଲାଉଡିୟସ୍ ମଧ୍ୟ ସୈନିକମାନଙ୍କ ବିବାହ ଉପରେ ପ୍ରତିବନ୍ଧକ ଲଗାଇଥିଲେ ।

ଯେଉଁଠାରେ ଗୋଟିଏ ପଟେ ରାଜା କ୍ଲାଉଡିୟସ୍ ପ୍ରେମକୁ ବିରୋଧ କରୁଥିଲେ ସେଠାରେ ଅନ୍ୟ ପଟେ ସେଣ୍ଟ ଭାଲେଣ୍ଟାଇନ୍ ଖୋଲାଖୋଲି ଭାବରେ ପ୍ରେମର ପ୍ରଚାର କରୁଥିଲେ । ଏନେଇ ସେଣ୍ଟ୍‌ ଭାଲେଣ୍ଟାଇନ୍ କେବଳ କ୍ଲାଉଡିୟସଙ୍କ ବିଚାରଧାରାକୁ ଭୁଲ ପ୍ରମାଣିତ କରିନାହାଁନ୍ତି ବରଂ ରାଜାଙ୍କ ବିରୁଦ୍ଧରେ ଯାଇ ସେ ଅନେକ ବିବାହ ମଧ୍ୟ କରିଥିଲେ ।

ଏହି କାରଣରୁ ରାଜା କ୍ଲାଉଡିୟସ୍ ସେଣ୍ଟ ଭାଲେଣ୍ଟାଇନ୍‌ଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ ଏବଂ ଭାଲେଣ୍ଟାଇନ୍‌ଙ୍କୁ ଫେବୃଆରୀ 14 ରେ ଫାଶୀ ଦିଆଯାଇଥିଲା । ଏହା ପରେ ଏହି ଦିନ ରୋମ ସମେତ ସମଗ୍ର ବିଶ୍ୱରେ ପ୍ରେମ ଦିବସ ଭାବରେ ପରିଚିତ ହେଲା ଏବଂ ଭାଲେଣ୍ଟାଇନ୍ ଡେ' ପାଳନ କରିବାର ଚିନ୍ତାଧାରା ସମଗ୍ର ବିଶ୍ୱରେ ଆରମ୍ଭ ହେଲା ।

ଭାଲେଣ୍ଟାଇନ୍ ଡେ' ଆରମ୍ଭ:

ରୋମାନ୍‌ ଫେଷ୍ଟିଭାଲରୁ ଭାଲେଣ୍ଟାଇନ୍ ଡେ' ଆରମ୍ଭ ହୋଇଥିଲା। ଖ୍ରୀଷ୍ଟାଦ୍ଦ 496 ରେ ବିଶ୍ୱରେ ପ୍ରଥମ ଭାଲେଣ୍ଟାଇନ୍ ଡେ' ପାଳନ କରାଯାଇଥିଲା । ଏହା ପରେ, ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ 14କୁ ସେଣ୍ଟ ଭାଲେଣ୍ଟାଇନ୍ ଡେ' ଭାବରେ ଘୋଷଣା କରିଥିଲେ । ସେବେଠାରୁ ପ୍ରତିବର୍ଷ ଫେବୃଆରୀ 14 କୁ ଭାଲେଣ୍ଟାଇନ ଡେ' ଭାବରେ ରୋମ ସମେତ ସମଗ୍ର ବିଶ୍ୱରେ ପାଳନ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+