କରୋନା ମୁକାବିଲା ପାଇଁ 5 ହଜାର ଫୁଟ୍ ଉଚ୍ଚରେ ପହଞ୍ଚିଲା ସ୍ୱାସ୍ଥ୍ୟସେବା : 700 ଆଦିମ ଜନଜାତିଙ୍କୁ ଟୀକାକରଣ
ପାଞ୍ଚ ହଜାର ଫୁଟ ଉଚ୍ଚରେ ରହୁଥିବା ବଣ୍ଡା ଘାଟିରେ ପହଞ୍ଚିଛି ସ୍ୱାସ୍ଥ୍ୟ ସେବା । ସେଠାରେ ରହୁଥିବା ଆଦିମ ଜନଜାତିଙ୍କୁ ଟୀକାକରଣ କରାଯାଇଛି ।
ମାଲକାନାଗିରି : କୋଭିଡ ମୁକାବିଲାକୁ ପ୍ରଥମରୁ ନିଜ ଶାଣିତ ଢଙ୍ଗରେ ମୁକାବିଲା କରୁଛି ଓଡ଼ିଶା । ଦ୍ୱିତୀୟ ଲହରକୁ ଅନେକ ତ୍ୱରିତ ପଦକ୍ଷେପ ମାଧ୍ୟମରେ ଆୟତରେ ରଖିବାରେ ସଫଳ ହୋଇଛନ୍ତି ରାଜ୍ୟ ସରକାର । ପରିସ୍ଥିତି ଏପରି ହୋଇଛି ଯେ ରାଜ୍ୟର ଅନେକ ଜିଲ୍ଲାରେ ଏବେ ଦୃତ ଗତିରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ତେବେ କରୋନା ମୁକାବିଲାରେ ଜୀବନକୁ ପ୍ରାଥମିକତା ଦିଆଯାଇଥିବା କଥାକୁ ପୁଣିଥରେ ପ୍ରମାଣ କରିଛନ୍ତି ରାଜ୍ୟ ସରକାର ।

ପାଞ୍ଚ ହଜାର ଫୁଟ ଉଚ୍ଚରେ ରହୁଥିବା ବଣ୍ଡା ଘାଟିରେ ପହଞ୍ଚିଛି ସ୍ୱାସ୍ଥ୍ୟ ସେବା । ସେଠାରେ ରହୁଥିବା ଆଦିମ ଜନଜାତିଙ୍କୁ ଟୀକାକରଣ କରାଯାଇଛି ।
ବଣ୍ଡା ଜନଜାତି କହିଲେ ଦୁଇଟି ପଞ୍ଚାୟତ ଆଣ୍ଡ୍ରହାଲ ଓ ମୁଦୁଲିପଡାକୁ ବୁଝାଯାଏ । କରୋନାର ଦ୍ୱିତୀୟ ଲହରୀ କରୋନା ଘାଟି ଚଢିଥିଲା । ଏଠାରେ ସଂକ୍ରମଣ ବ୍ୟାପିବା ଦେଖି ପ୍ରଶାସନ ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଥିଲା । ବଣ୍ଡାଘାଟିରେ କ୍ୟାମ୍ପ କରି ଲୋକଙ୍କୁ ସଚେତନ କରିବା ଆରମ୍ଭ କରାଯାଇଥିଲା । ଯେଉଁଥିରେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ସାମିଲ ହୋଇଥିଲେ । ନିଜେ ମାଲକାନାଗିରି ଜିଲ୍ଲାପାଳ, ସିଡିଏମଓ ବଣ୍ଡା ଘାଟିର ଗାଁ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ । ଯୁଦ୍ଧକାଳୀନ ଭିତ୍ତିରେ ଗାଁକୁ ଗାଁ ମେଡିକାଲ ଟିମ୍ ପହଞ୍ଚି ଟିକାକରଣ କରିଥିଲେ ।

ଏଯାବତ୍ 700 ଆଦିମ ଜନଜାତିଙ୍କୁ ଟିକାକରଣ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେହିପରି କୋଭିଡ୍ ଲକ୍ଷଣ ଥିବା ଲୋକଙ୍କର ମାଗଣା ପରୀକ୍ଷା ସହିତ ଔଷଧ ମଧ୍ୟ ବଣ୍ଟା ଯାଇଥିଲା । ଲୋକଙ୍କ ନିତ୍ୟ ଆବଶ୍ୟକତାକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ରାସନ ସାମଗ୍ରୀ ମଧ୍ୟ ଯୋଗାଇ ଦିଆଯାଇଥିଲା ।












Click it and Unblock the Notifications