ଧାମନଗରରେ ବିରୋଧୀଙ୍କୁ 5-ଟି ଅଧ୍ୟକ୍ଷଙ୍କ ସିଧାସଳଖ ଟାର୍ଗେଟ୍, ନିର୍ବାଚନ ପରେ ନେତାଙ୍କ ଦେଖା ମିଳୁନି...

ଭଦ୍ରକ: ଭଦ୍ରକ ଗସ୍ତରେ 5-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ । ଏହି ସମୟରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ସମସ୍ତ ସମସ୍ୟାର ସମାଧାନ ଖୁବ୍ ଶୀଘ୍ର ହେବା ନେଇ ପ୍ରତିଶ୍ରୁତି ଦେଇଛନ୍ତି ।

 v k pandian

ଭଦ୍ରକର ବିଭିନ୍ନ ସ୍ଥାନରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଧାମନଗର, ଅସୁରାଳିରେ ମଧ୍ୟ ସମୀକ୍ଷା କରିଥିଲେ । ସଭାରେ ସାଧାରଣ ଲୋକଙ୍କୁ ସମ୍ବୋଧନ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି 5T ଅଧ୍ୟକ୍ଷ । ଓଡ଼ିଶାରେ ହେଉଥିବା ରୂପାନ୍ତୀକରଣକୁ କିଛି ଲୋକ ସହିପାରୁନାହାଁନ୍ତି ବୋଲି କହିଛନ୍ତି ପାଣ୍ଡିଆନ । ପ୍ରତ୍ୟେକ ପଞ୍ଚାୟତର ମନ୍ଦିର, ମସଜିଦ୍ ସହ ଅନ୍ୟ ସମସ୍ତ ରୂପାନ୍ତରିକରଣ କାମ ଦେଖି କିଛି ଲୋକଙ୍କ ନିଦ ହଜିଯାଇଛି । କେମିତି ନା କେମିତି ରୂପାନ୍ତରଣ କାମକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି । ଅପପ୍ରଚାର ସେମାନଙ୍କର ଏକମାତ୍ର ଅସ୍ତ୍ର । ମୁଖ୍ୟମନ୍ତ୍ରୀ ଭଲ କାମ କଲେ ସେମାନଙ୍କର ଅସୁବିଧା ହୋଇଯିବ, ସେଥିପାଇଁ ସେମାନେ ରୂପାନ୍ତରଣ ରୋକିବାକୁ ଦିନରାତି ଚେଷ୍ଟା କରୁଛନ୍ତି ।

ଏହା ସହ ଅସୁରାଳିରେ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ । ଧାମନଗର ଉପନିର୍ବାଚନ କଥା ଉଠାଇବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି 5T ଅଧ୍ୟକ୍ଷ । ନାଁ ନ ନେଇ ନିର୍ବାଚନର ମଙ୍ଗ ଧରିଥିବା ନେତା ଓ ବିଜେପି ବିଧାୟକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ।

2022 ଉପନିର୍ବାଚନ ପାଇଁ ମାସେ ଭିତରେ 5 ଥର ଆସିଥିବା ନେତାଙ୍କ ଏବେ ଆଉ ଦେଖା ମିଳୁନି । ଏପରିକି ଶହ ଶହ ଗାଁରେ ବୁଲି ହଜାର ହଜାର ଲୋକଙ୍କୁ ଭେଟିବା ସହ ବାଇକ୍, ଜିପ ଶୋଭାଯାତ୍ରା ସହ ପଦଯାତ୍ରାରେ ପ୍ରଚାର କରିଥିବା ନେତା ନିର୍ବାଚନ ଜିତିବା ପରେ ଧନ୍ୟବାଦ ଜଣାଇବାକୁ ବି ଆସିନାହାଁନ୍ତି । ନିର୍ବାଚନ ଜିତିବା ପରେ ଲୋକଙ୍କୁ ଭୁଲି ଯାଇଛନ୍ତି ନେତା । ଯାହା ପ୍ରତିଶ୍ରୁତି ଦେଇଥିଲେ ଗୋଟିଏ ବି ରଖିନାହାଁନ୍ତି । ଏହା ହେଉଛି ଭୋଟ୍ ରାଜନୀତି କରୁଥିବା ଲୋକଙ୍କ ପ୍ରକୃତ ଚେହେରା ବୋଲି କହିଛନ୍ତି ଭି କେ ପାଣ୍ଡିଆନ ।

ଭୋଟ୍ ପାଇଁ ଯେଉଁମାନେ ରାଜନୀତି କରିବେ, ସେମାନେ ଲୋକଙ୍କୁ ଭୁଲିଯିବେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅଛନ୍ତି ବୋଲି କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+