ଉତ୍ତରାଖଣ୍ଡ ହିମସ୍ଖଳନ: ଆଉ ଜଣେ ଓଡ଼ିଆ ଯୁବକ ନିଖୋଜ
ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ଉତ୍ତରାଖଣ୍ଡ ସରକାର ସୂଚନା ଦେଇଛନ୍ତି । ୨ ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର ।
ଡେରାଡୁନ: ଉତ୍ତରାଖଣ୍ଡ ଚମୋଲିଠାରେ ହୋଇଥିବା ହିମସ୍ଖଳନ ପ୍ରଳୟକୁ 3 ଦିନ ବିତିଛି । ଉଦ୍ଧାର କାର୍ଯ୍ୟ କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୨କୁ ପହଞ୍ଚିଲାଣି । ସେପଟେ ମିଳିଥିବା ସୂଚନା ଅନୁଯାଇ, ଏବେ ବି ପ୍ରାୟ ୨୦୪ ଜଣ ନିଖୋଜ ରହିଛନ୍ଚି । ତେବେ ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ଉତ୍ତରାଖଣ୍ଡ ସରକାର ସୂଚନା ଦେଇଛନ୍ତି ।

୨ ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର । ଭଦ୍ରକ ଚାନ୍ଦବାଲି ବ୍ଲକ କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ନିଖୋଜ ଅଛନ୍ତି । ଯାହାଙ୍କ ଖବର ଗତକାଲି ଘରଲୋକେ ଦେଇଥିଲେ । ସେହିଭଳି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସାନ୍ତପୁଟିଆର ପର୍ଶୁରାମ ହାଂସଦା ନିଖୋଜ ଅଛନ୍ତି । ଉଭୟ ଋଷିଗଙ୍ଗା ପ୍ରକଳ୍ପରେ କାମ କରୁଥିଲେ । ହିମସ୍ଖଳନ ପରଠାରୁ ଉଭୟଙ୍କ କୌଣସି ଖୋଜ୍ ଖବର ନାହିଁ ।
ପଢନ୍ତୁ- ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଓଡ଼ିଆ ପୁଅ ନିଖୋଜ
ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସେତେଟା ଆଗେଇ ନଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର । ଏବେ ଯାଏ ୩୨ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ୮ ଜଣଙ୍କ ପରିଚୟ ମିଳିଛି । ୨୪ ଜଣଙ୍କ ପରିଚୟ ଖୋଜା ଚାଲିଛି । ମୃତକଙ୍କ ମଧ୍ୟରେ ଉତ୍ତରାଖଣ୍ଡ ପୋଲିସର ୨ କର୍ମଚାରୀ ଅଛନ୍ତି ।
-
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯୁଦ୍ଧ ଭିତରେ ବଡ ଦାବି କଲା ଇରାନ, କହିଲା ଯୁଦ୍ଧରେ ଆମେରିକାର ୨୦୦ ସହ ସୈନ୍ୟ ନିହତ ହେଲେଣି -
LPG ସିଲିଣ୍ଡରର ଅବୈଧ ଗଚ୍ଛିତ ଏବଂ କଳାବଜାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟସରକାରଙ୍କୁ କେନ୍ଦ୍ରର ନିର୍ଦ୍ଦେଶ -
ଭୁବନେଶ୍ୱର CRP ଛକ ନିକଟ ମାର୍କେଟ୍ କମ୍ପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ -
IPL 2026 : ଇଶାନ ସନରାଇଜର୍ସର ନୂଆ କ୍ୟାପ୍ଟେନ୍ -
ମୁଁ ଆମ ଦଳର ସୁପ୍ରିମୋ ନବୀନ ବାବୁଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି; ସୁବାସିନୀ ଜେନା -
ଇଦ ପାଇଁ ବନ୍ଦ ହେଲା ପାକିସ୍ତାନ ଓ ଆଫଗାନିସ୍ତାନ ଯୁଦ୍ଧ, ରହିଛି ଏହି ସର୍ତ୍ତ -
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରୁ ଦେଇନାହାନ୍ତି ୯୯୩୦ ଛାତ୍ରଛାତ୍ରୀ -
ପ୍ରମିଳାଙ୍କୁ କଡ଼ା କାଉଣ୍ଟର କଲେ ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, କହିଲେ ମିଛ ଡ୍ରାମା କରୁଛନ୍ତି ବିରୋଧୀ












Click it and Unblock the Notifications