Get Updates
Get notified of breaking news, exclusive insights, and must-see stories!

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣାରେ ଓଡ଼ିଆ ପୁଅ ନିଖୋଜ, ଗଲାଣି 26 ଜୀବନ

ଯୁବକ ଜଣଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁରେ । ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସ ଋଷିଗଙ୍ଗା ପାୱାର ପ୍ରକଳ୍ପର ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ।

ଉତ୍ତରାଖଣ୍ଡ: ଦେବଭୂମି ଉତ୍ତରାଖଣ୍ଡ ହିମସ୍ଖଳନ ଦ୍ବାରା ଆସିଥିବା ପ୍ରଳୟରେ ଜଣେ ଓଡ଼ିଆ ପୁଅ ନିଖୋଜ ଥିବା ସୂଚନା ମିଳିଛି। ଯୁବକ ଜଣଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଜଶିପୁର ପଞ୍ଚାୟତ କୁଦ ଗାଁରେ । ରବୀନ୍ଦ୍ର ଦାସଙ୍କ ପୁଅ ନାଗାର୍ଜୁନ ଦାସ ଋଷିଗଙ୍ଗା ପାୱାର ପ୍ରକଳ୍ପର ତପୋବନ ରେଣୀ ବ୍ୟାରେଜରେ ଇଲେକ୍ଟ୍ରିସିଆନ ଭାବେ କାର୍ଯ୍ୟ କରୁଥିଲେ।

Uttarakhand Glacier Burst

ତେବେ ରବିବାର ଆସିଥିବା ପ୍ରଳୟ ପରେ ତାଙ୍କ ସହ କୌଣସି ଯୋଗା ଯୋଗ ହୋଇପାରୁନାହିଁ। ଏହାକୁ ନେଇ ପରିବାରବର୍ଗ ଚିନ୍ତିତ ହୋଇପଡ଼ିଛନ୍ତି। ଜିଲ୍ଲା ପ୍ରଶାସନକୁ ଏ ସମ୍ପର୍କରେ ଅବଗତ ମଧ୍ୟ କରାଯାଇଛି।

ହିମସ୍ଖଳନ ଯୋଗୁ ଏବେ ବି ଶତାଧିକ ନିଖୋଜ ଥିବା ବେଳେ 26 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପଟେ ୩ ଦିନ ହେବ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଚମୋଲିର ତପୋବନ ଟନେଲରେ ନିଖୋଜ ହୋଇଥିବା ୩୦ରୁ ଅଧିକ ଲୋକଙ୍କୁ ଖୋଜାଖୋଜି ଚାଲିଛି। ଉଦ୍ଧାର କାର୍ଯ୍ୟରେ ୫ ଶହ ଯବାନ ଲାଗିଛନ୍ତି। ପ୍ରଶାସନର ସୂଚନା ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧୯୭ ଜଣ ନିଖୋଜ ଥିବା ବେଳେ ୨୬ ଜଣଙ୍କ ମୃତଦେହ ମିଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+