Get Updates
Get notified of breaking news, exclusive insights, and must-see stories!

Utkal Divas 2022 Live: ଆଜି ଉତ୍କଳ ଦିବସ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ

ଆଜି ପବିତ୍ର ଉତ୍କଳ ଦିବସ।‌ ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଉତ୍କଳ ଦିବସ।‌ ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ସ୍ଵତନ୍ତ୍ର ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ "ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ" ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା । ପବିତ୍ର ଉତ୍କଳ ଦିବସକୁ ନେଇ ଆମେ ଦେବୁ ଆପଣଙ୍କୁ ଲାଇଭ୍ ଅପଡେଟ୍......

Utkal Divas 2022

Apr 01, 2022, 4:18 pm IST

ରାଜ୍ୟପାଳଙ୍କ ମୁହଁରେ ବନ୍ଦେ ଉତ୍କଳ ଜନନୀ । ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ। ଗୀତର ଏକ ଝଲକ୍ ସାମ୍ନାକୁ ଆସିଥିବା ବେଲେ ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହି ଗିତକୁ ଉନ୍ମୋଚିତ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ।
Apr 01, 2022, 4:13 pm IST

ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ।
Apr 01, 2022, 4:08 pm IST

ଭୁବନେଶ୍ୱର ସପ୍ତମ ବାଟାଲିଆନଠାରେ କମିସନରେଟ ପୁଲିସ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କମିସନରେଟ ପୁଲିସ ଆଗାମୀ ଦିନରେ କିପରି ଅଧିକରୁ ଅଧିକ ଭଲ କାମ କରି ଲୋକଙ୍କ ଆସ୍ଥାଭାଜନ ହୋଇପାରିବ ସେ ନେଇ ଆଜି ସଂକଳ୍ପ ନିଆଯାଇଥିବା ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
Apr 01, 2022, 4:08 pm IST

ଓଡ଼ିଶା ପୁଲିସର ୮୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।
Apr 01, 2022, 1:23 pm IST

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
Apr 01, 2022, 1:22 pm IST

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
Apr 01, 2022, 1:16 pm IST

ପବିତ୍ର ଉତ୍କଳ ଦିବସର ଶୁଭେଚ୍ଛା

ପବିତ୍ର ଉତ୍କଳ ଦିବସର ଶୁଭେଚ୍ଛା
ପବିତ୍ର ଉତ୍କଳ ଦିବସର ଶୁଭେଚ୍ଛା
Apr 01, 2022, 1:13 pm IST

ପବିତ୍ର ଓଡିଶା ଦିବସ ଅବସରରେ ୟୁନିଟ୍ ତିନି ପ୍ରଦର୍ଶନୀ ପଡିଆରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର ବାଲୁକା କଳାକୃତି ଏବଂ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଆଜି ପୂର୍ବାହ୍ନରେ ମନ୍ତ୍ରୀ ରଘୁନନ୍ଦନ ଦାସ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ଏହାର ଉଦ୍‌ଘାଟନ କରିଛନ୍ତି।
Apr 01, 2022, 12:30 pm IST

ଉତ୍କଳ ଦିବସରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ।
Apr 01, 2022, 12:27 pm IST

ପବିତ୍ର ଓଡିଶା ଦିବସ ଅବସରରେ ପ୍ରିୟ ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ
Apr 01, 2022, 12:26 pm IST

ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ବିଜେପି ବିଧାୟକ ମୋହନ ମାଝୀ ଏବଂ କୁସୁମ ଟେଟେ ।
Apr 01, 2022, 12:24 pm IST

ଉତ୍କଳ ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି କଂଗ୍ରେସ ବିଧାୟକ ।
Apr 01, 2022, 12:22 pm IST

ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି

ରାଜ୍ୟରେ ହିତାଧିକାରୀଙ୍କୁ ଆଉ ୬ ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ ।ହିତାଧିକାରୀଙ୍କୁ ସେପ୍ଟେମ୍ବର ଯାଏ ୫ କିଲୋ ଅତିରିକ୍ତ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ଉପକୃତ ହେବେ ରାଜ୍ୟର ୮.୦୯ ଲକ୍ଷ ପରିବାର । ଏ ବାବଦରେ ୯୧.୭୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।
Apr 01, 2022, 10:22 am IST

ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀ ଲୋକାର୍ପଣ

ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବର କଳାଭୂମିରେ ନବ ନିର୍ମିତ ଶ୍ରୀଜଗନ୍ନାଥ ସଂସ୍କୃତି କଳାକୃତି ଗ୍ୟାଲେରୀ ଲୋକାର୍ପଣ କରିବେ।
Apr 01, 2022, 10:17 am IST

ଉତ୍କଳ ଦିବସ ଅବସରରେ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ

ଉତ୍କଳ ଦିବସ ଅବସରରେ ଓଡିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ବର ୟୁନିଟ ତିନି ପ୍ରଦର୍ଶନୀ ପଡିଆଆରେ ସ୍ଵତନ୍ତ୍ର ଫଟୋଚିତ୍ର ପ୍ରଦର୍ଶନୀ ଏବଂ ବାଲୁକା କଳା ପ୍ରଦର୍ଶନୀ ଆୟୋଜିତ ହୋଇଛି।
Apr 01, 2022, 10:13 am IST

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ମହାମହିମ ରାଷ୍ଟ୍ରପତି

ଆଜି ଉତ୍କଳ ଦିବସ ଅବସରରେ ଭାରତର ରାଷ୍ଟ୍ରପତି ଶ୍ରୀ ରମାନାଥ କୋବିନ୍ଦ ସମସ୍ତ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
Mar 31, 2022, 10:52 pm IST

ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଇ ଓ ଭଉଣୀ ମାନଙ୍କୁ ମୋର ଶୁଭକାମନା । ଏହି ଅବସରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ମହାନ୍ ସେନାନୀଙ୍କୁ ମୋର କୋଟି କୋଟି ପ୍ରଣାମ । ଆସନ୍ତୁ ଏକ ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ ସଂକଳ୍ପ କରିବା ।
Mar 31, 2022, 10:51 pm IST

ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଥିମ୍‌କୁ ଆଧାର କରି ଓଡିଶାର ପ୍ରତିଷ୍ଠା ଦିବସରେ ଓଡିଶାର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱର ଗାଥା ବାଲୁକା କଳା ମାଧ୍ୟମରେ ବଖାଣୁଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ।
Mar 31, 2022, 10:50 pm IST

ଆସନ୍ତାକାଲି ଏପ୍ରିଲ ୧ ଉତ୍କଳ ଦିବସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+