For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗାଇଲେ 'ବନ୍ଦେ ଉତ୍କଳ ଜନନୀ'

ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ। ଗୀତର ଏକ ଝଲକ୍ ସାମ୍ନାକୁ ଆସିଥିବା ବେଲେ ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହି ଗିତକୁ ଉନ୍ମୋଚିତ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ।

|

ଭୁବନେଶ୍ବର: ଉତ୍କଳ ଦିବସ ଅବସରରେ ରାଜ୍ୟପାଳ ଭବନରେ ରିଲିଜ ହେଲା 'ବନ୍ଦେ ଉତ୍କଳ ଜନନୀ' ଗୀତ । ପ୍ରଫେସର ଗଣେଶୀ ଲାଲ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗୀତ। ଗୀତର ଏକ ଝଲକ୍ ସାମ୍ନାକୁ ଆସିଥିବା ବେଲେ ରାଜଭବନ ପରିସର ଆୟୋଜିତ ସ୍ୱନ୍ତନ୍ତ୍ର ଉତ୍ସବବରେ ଏହି ଗିତକୁ ଉନ୍ମୋଚିତ କରିଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ।

Prof Ganeshi Lal

କାର୍ଯ୍ୟକ୍ରମରେ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ସମେତ ସଙ୍ଗୀତକାର ଦୀପ୍ତିରେଖା, ହ୍ୟୁମାନ ସାଗର, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଉପସ୍ଥିତ ଥିଲେ ।

ଏହା ସହ ରାଜଭବନରେ ଓଡ଼ିଶାର କଳା ଓ ଭାସ୍କର୍ଯ୍ୟକୁ ନେଇ ଶିଳ୍ପୀ ବିଶ୍ବନାଥ ରଣା ତିଆରି ଥିବା କୋଣାର୍କ ଚକ୍ରର ଉଦଘାଟନ କରିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ। ସେହିପରି ଶିଳ୍ପୀ ଏବଂ ତାଙ୍କ ପରିବାରକୁ ସମ୍ମାନିତ କରିଛନ୍ତି ରାଜ୍ୟପାଳ ।

ତେବେ ରାଜଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଓଡିଶା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସହ ବିଶିଷ୍ଟ ବଂଶୀବଦକ ପଣ୍ଡିତ ହରିପ୍ରସାଦ ଚୌରସିଆଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ଅନ୍ୟପଟେ, ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Governor Prof Ganeshi Lal sings 'Bande Utkal Janani'
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X