Get Updates
Get notified of breaking news, exclusive insights, and must-see stories!

2024 ଲୋକସଭା ନିର୍ବାଚନ ଲଢିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଏବଂ ଅଶ୍ୱିନୀ

ଭୁବନେଶ୍ୱର: 2024 ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ଏଥ ଦଳର 18 ଜଣ ରାଜ୍ୟସଭା ସାଂସଦ ନିର୍ବାଚନ ଲଢିବେ । ସେଥିରୁ 12 ଜଣ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଅଛନ୍ତି ।

ଏହି 12 ଜଣିଆ ତାଲିକାରେ ରହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ । ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢିପାରନ୍ତି ବୋଲି କୁହାଯାଉଛି । ସେହିପରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବାଲେଶ୍ୱର କିମ୍ବା କଟକ ଲୋକସଭା ଆସନରୁ ନିର୍ବାଚନ ଲଢିବା ନେଇ ଚର୍ଚ୍ଚା ହେଉଛି ।

Ashwini Vaishnaw - dharmendra pradhan

ଓଡିଶା ବିଜେପି ଗୁରୁବାର ନିଶ୍ଚିତ କରିଛି ଯେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ 2024 ଲୋକସଭା ନିର୍ବାଚନରେ ଓଡିଶାର ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ।

ଗଣମାଧ୍ୟମ ବ୍ୟକ୍ତିବିଶେଷଙ୍କ ସହ କଥାବାର୍ତ୍ତା କରି ଦଳର ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟସଭାର ଦୁଇ ସଦସ୍ୟ 2024 ମସିହାରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଶ୍ଚିତ ହୋଇଛି । କିନ୍ତୁ ସେମାନଙ୍କ ନିର୍ବାଚନମଣ୍ଡଳୀ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ ।

ଦଳ ଏବଂ ସାଂସଦମାନେ ଏଥିପାଇଁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ସେମାନଙ୍କ ନିର୍ବାଚନମଣ୍ଡଳୀ ନେଇ ଦଳ ନିଷ୍ପତ୍ତି ନେଇ ନାହିଁ ବୋଲି ହରିଚନ୍ଦନ କହିଛନ୍ତି । ଉଲ୍ଲେଖଥାଉକି, ବୈଷ୍ଣବଙ୍କୁ ଓଡିଶାରୁ ରାଜ୍ୟସଭା ପଠାଯାଇଥିବା ବେଳେ ମଧ୍ୟପ୍ରଦେଶରୁ ଶ୍ରୀ ପ୍ରଧାନ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+