Get Updates
Get notified of breaking news, exclusive insights, and must-see stories!

ଓଡ଼ିଶାର ସ୍ଥିତି ଦୀପ ତଳ ଅନ୍ଧାର, ବିଦ୍ୟୁତ୍ କାଟ୍ କୁ ନେଇ ସରକାର ଉପରେ ବର୍ଷିଲେ ଧର୍ମେନ୍ଦ୍ର

Dharmendra Pradhan

ଭୁବନେଶ୍ୱର: ରାଜ୍ୟରେ ବିଦ୍ୟୁତ୍ କାଟ୍ କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶା କୋଇଲାରେ ଅନ୍ୟ ରାଜ୍ୟରେ ବିଜୁଳି ଉତ୍ପାଦିତ ହୁଏ, ସେମାନେ ଆଲୋକ ପାଆନ୍ତି । ହେଲେ ରାଜ୍ୟର ଅବସ୍ଥା ଦୀପ ତଳ ଅନ୍ଧାର ଭଳି । ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏତେ କୋଇଲା ଆଉ ଜଳ ଥିବା ପରେ ବି ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଗଭର୍ଣ୍ଣାନ୍ସ ବିଫଳତା ଦେଖାଗଲାଣି । ଏହା ରାଜ୍ୟ ସରକାରଙ୍କ ଶାସନଗତ ବିଫଳତାର ଚରମ ନିର୍ଦଶନ ।

ଧର୍ମେନ୍ଦ୍ର କହିଛନ୍ତି ଯେ ସେ ଗତ 5 ଦିନ ହେବ ସେ ଓଡ଼ିଶାରେ ଅଛନ୍ତି । ବିଦ୍ୟୁତ କାଟକୁ ନେଇ ବିଭାଗୀୟ ମନ୍ତ୍ରୀ, ସଚିବ ଓ ସାଂସଦଙ୍କ ପରସ୍ପର ବିରୋଧୀ ମନ୍ତବ୍ୟ ଦେଉଛନ୍ତି । ଓଡ଼ିଶାରେ ନିର୍ବାଚିତ ପ୍ରତିନିଧିମାନେ ସେମାନଙ୍କ କାମରେ ନାହାଁନ୍ତି । ଯେଉଁମାନେ ନିଜ ବିଭାଗ ସମ୍ଭାଳିବା କଥା, ସେମାନେ କେବଳ ପ୍ରଚାରରେ ମାତିଛନ୍ତି ।

ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯଦି ଶାସନ ମୁଖ୍ୟ, ଶାସନ ବ୍ୟବସ୍ଥା ହୁଗୁଳି ଗଲା ପରେ ଚଳିବନି ବୋଲି କହିବେ, ତେବେ କିଏ ଚଲାଇବ ? ଶକ୍ତି ମନ୍ତ୍ରୀ ବିତଣ୍ଡା ତର୍କ ବାଢ଼ଛନ୍ତି । ମନ୍ତ୍ରୀ ଓ ସଚିବ ମାନଙ୍କ ବକ୍ତବ୍ୟରେ ତାଳମେଳ ନାହିଁ । ତେଣୁ ଏହା ଏକ ବିପର୍ଯ୍ୟସ୍ତ ପରିସ୍ଥିତି ଆଡ଼କୁ ଯାଉଛି ।

ବୟାନ ବାଜି ଏବଂ ସାଙ୍କେତିକ କାମରୁ ସରକାର ନିବୃତ୍ତ ହୋଇ ଗଭର୍ଣ୍ଣାସ କାମରେ ଲାଗନ୍ତୁ । ଯେଉଁ କମ୍ପାନୀକୁ ବିଜୁଳି ବିତରଣ ଦାୟିତ୍ଵ ଦେଇଛନ୍ତି, ତାଙ୍କ ସହ ଲୋକଙ୍କୁ ନିରନ୍ତର ବିଜୁଳି ବିତରଣ ହେବା ନେଇ ସରକାର ନିଶ୍ଚିତ ଭାବେ ଚୁକ୍ତି କରିଥିବେ । ତେଣୁ ଯେଉଁ ଚୁକ୍ତି କରିଯାଇଛି ତାକୁ କ୍ରିୟାନ୍ଵୟନ କରାଯାଉ ।

ସାଧାରଣ ଜନତା ତଥା ବିଦ୍ୟୁତ ଉପଭୋକ୍ତ ଶୁଳ୍କ ଦେଉଛନ୍ତି । ଏ ଖରା ଓ ଅସହ୍ୟ ଗୁଳୁଗୁଳି ବେଳେ ଅଭାବନୀୟ ପରିସ୍ଥିତି ହେଉଛି । ତେଣୁ ଯେତେବେଳେ ଶାସନ ବ୍ୟବସ୍ଥା ଭୁଶୁଡ଼ି ପଡେ, ସେତେବେଳେ ଲୋକଙ୍କୁ ଏ ପ୍ରକାର ଦୁର୍ଦ୍ଦଶା ଭୋଗିବା ପାଇଁ ପଡେ । ଯେତେବେଳେ ମନ୍ତ୍ରୀ କହିବେ, ଏଇଟା ପାୱାର କଟ ନୁହେଁ । ମୁଖ୍ୟ ଶାସନ ସଚିବ ବିତରଣ କମ୍ପାନୀକୁ ଆଙ୍ଗୁଳି ଦେଖାଇବେ । ଯଦି ଶାସନରେ ଥିବା ବ୍ୟକ୍ତି ମାନେ ଓଡ଼ିଆ ଲୋକ ମାନେ ଏତେ ସରଳ ଓ ବୋକା ବୋଲି ଭାବୁଛନ୍ତି, ତାହେଲେ ଏହା ଗଣତନ୍ତ୍ର ପାଇଁ ଏହା ଭଲ ଲକ୍ଷଣ ନୁହେଁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+