ଘର ଭାଙ୍ଗି ପଶିଲା ଦନ୍ତା, ଚାଲିଗଲା 2 ଜୀବନ
Elephant Attack: ହାତୀ ଆକ୍ରମଣରେ ଚାଲିଗଲା 2 ଜୀବନ । ଘର ଭାଙ୍ଗି ପଶିବା ସହ 2 ଜଣଙ୍କୁ ଦଳି ଦେଇଛି ଦନ୍ତା । ଫଳରେ ପିଉସୀ ଓ ଝିଆରୀଙ୍କ ମୃତ୍ୟୁ ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଦେବଗଡ଼ ବନାଞ୍ଚଳ ଲଇମୁରା ପରେଷ୍ଟ ସେକ୍ସନରେ ।

ମିଳିଥିବା ସୂଚନା ଅନୁସାରେ, ଶୀତ ପାଇଁ ପିଉସି ଓ ଝିଆରୀ ଘର ଅଗଣାରେ ନିଆଁ ଜାଳି ବସିଥିବା ବେଳେ ହଠାତ୍ ହାତୀ ଆକ୍ରମଣ କରିଥିଲା । ସେଠାରୁ ଦୌଡ଼ି ଯିବା ପୂର୍ବରୁ ହାତୀ ସେମାନଙ୍କୁ ଦଳି ଦେଇଥିଲା । ଘଟଣା ସ୍ଥଳରେ 50 ବର୍ଷିୟ ପିଉସି ସୁରୁବାଲି କିସାନ ଏବଂ 36 ବର୍ଷିୟ ଝିଆରି ଖଇରି କିସାନଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ହାତୀ ଭୟରେ ଲୋକେ ଏବେ ଘରୁ ବାହାରିବାକୁ ଡରୁଛନ୍ତି ।
ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।












Click it and Unblock the Notifications