10 ଦିନ ଭେଣ୍ଟିଲେଟରରେ ରହି କରୋନାକୁ ପରାସ୍ତ କଲା ଦୁଇ ସପ୍ତାହର ଶିଶୁ
ଦୁଇ ସପ୍ତାହର ଶିଶୁ କରୋନାକୁ କରିଛି ପରାସ୍ତ । ମାର୍ଚ୍ଚ 22 ରେ ଜନ୍ମ ହୋଇଥିବା ଏକ ଶିଶୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ।
ଭୁବନେଶ୍ୱର : ସାରା ଦେଶରେ କରୋନା ବର୍ତ୍ତମାନ ନିଜର ଦ୍ୱିତୀୟ ଲହରର ପ୍ରକୋପ ଜାରି ରଖିଥିବା ବେଳେ ଶିଶୁ ଠାରୁ ବୁଢା ସମସ୍ତେ ଏହାର ଶିକାର ହେଉଛନ୍ତି । ଏହି ସମୟ ମଧ୍ୟରେ ଓଡ଼ିଶାର ଭୁବନେଶ୍ୱରରୁ ଆସିଛି ଏପରି ଏକ ଖବର ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଖବରଟି ହେଉଛି ମାତ୍ର ଦୁଇ ସପ୍ତାହର ଶିଶୁ କରୋନାକୁ କରିଛି ପରାସ୍ତ । ମାର୍ଚ୍ଚ 22 ରେ ଜନ୍ମ ହୋଇଥିବା ଏକ ଶିଶୁ କରୋନା ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ।

ଜନ୍ମ ହେବାର ମାତ୍ର କିଛି ଦିନ ପରେ ଶିଶୁ କରୋନା ଆକ୍ରାନ୍ତ ହେବା ପରେ 10 ଦିନ ଭେଣ୍ଟିଲେଟରରେ ଭର୍ତ୍ତି ହୋଇଥିଲା । ଏହା ପରେ ଆଉ10 ଦିନ ଚିକିତ୍ସା ପରେ ଗୁରୁବାର ଡାକ୍ତରଖାନାରୁ ଡିସଚାର୍ଜ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡିର ଏମ୍ ରାମପୁରର ବସିନ୍ଦା ଅଙ୍କିତ ଅଗ୍ରୱାଲ ଏବଂ ତାଙ୍କ ପତ୍ନୀ ପ୍ରୀତି ।
"ଆମେ ଘରକୁ ଫେରିବାର କିଛି ଦିନ ପରେ ଶିଶୁ ଠାରେ ଜ୍ୱର ଦେଖାଦେଇଥିଲା ଏବଂ ସେ ଠିକ୍ ଭାବେ ସ୍ତନ୍ୟପାନ କରିନଥିଲା । ଆମେ ଏହାକୁ ଗମ୍ଭୀରତାର ସହ ନେଇନଥିଲୁ କାରଣ ଏହା ଅସ୍ୱାଭିକ ନୁହେଁ ବୋଲି ମଧ୍ୟ ଡାକ୍ତରମାନେ କହିଛନ୍ତି । ପରିବାରର ଅନ୍ୟ ସଦସ୍ୟଙ୍କ ଠାରେ ଜ୍ୱର ଏବଂ ଅନ୍ୟାନ୍ୟ ଲକ୍ଷଣ ପରିଲକ୍ଷିତ ହୋଇଥିଲା । ଆମେ ପରୀକ୍ଷା କରାଇବା ପରେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲୁ ବୋଲି ଅଙ୍କିତ କହିଛନ୍ତି ।
One month old Gudia, who got infected by #Covid19 recovers fully after 10 days on ventilator in a hospital in #Bhubaneswar. Nothing short of a miracle, says Dr Arjit Mohapatra who treated her.#IndiaFightsCOVID19 pic.twitter.com/znF6q6RQhO
— All India Radio News (@airnewsalerts) May 14, 2021
ପରେ ଶିଶୁକୁ ଡାକ୍ତରଖାନାକୁ ନେବା ପରେ ତା ଠାରେ କୋଭିଡ୍ ଲକ୍ଷଣ ଦେଖିବାକୁ ମିଳିଥିଲା । ଏହା ପରେ ତୁରନ୍ତ ତାକୁ ଭୁବନେଶ୍ୱର ଆଣି ଚିକିତ୍ସା କରାଯାଇଥିଲା । ଶିଶୁକୁ ଚିକିତ୍ସା କରୁଥିବା ଡାକ୍ତର ଅରିଜିତ୍ ମହାପାତ୍ର କହିଛନ୍ତି ଶିଶୁ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରୁଥିବା ନେଇ କହିଥିଲେ । ଏହା ପରେ ଶିଶୁକୁ ଭେଣ୍ଟିଲେଟରରେ ଭର୍ତ୍ତି କରାଯାଇଥିଲା ଏବଂ ଆଉ 10 ଦିନର ଚିକିତ୍ସା ପରେ ଶିଶୁ ସୁସ୍ଥ ହୋଇଥିବା ଜଣାପଡ଼ିଛି ।












Click it and Unblock the Notifications