ପୁଣି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଦୁଇ ଟ୍ରେନ୍
ଭୁବନେଶ୍ୱର : ପୁଣି ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଦୁଇ ଟ୍ରେନ୍ । ଜନଶତାବ୍ଦୀ ଏକ୍ସପ୍ରେସ୍ ଏବଂ ଲୋକାଲ୍ ଟ୍ରେନ୍ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ହାଓଡ଼ାରୁ ଭୁବନେଶ୍ୱର ଆସିବାବେଳେ ରାଧାମୋହନପୁର ଷ୍ଟେସନ୍ ପୂର୍ବରୁ ସାମ୍ନା ସାମ୍ନି ହୋଇଛନ୍ତି ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍ । ଏମର୍ଜେନସି ବ୍ରେକ୍ ଲଗାଇ ଅଟକିଲେ ଉଭୟ ଟ୍ରେନ୍ ।

ଲୋକାଲ ଟ୍ରେନ୍ ପଛକୁ ଫେରିବା ପରେ ଚାଲିଲା ଜନଶତାବ୍ଦୀ ଏକ୍ସପ୍ରେସ୍ । ଦୁର୍ଘଟଣାର ଭୟରେ ଆତଙ୍କିତ ହୋଇଯାଇଥିଲେ ରେଳଯାତ୍ରୀ । ଅପରାହ୍ନ 3.30 ମିନିଟରେ ଘଟିଛି ଏହି ଘଟଣା । ଜନଶତାବ୍ଦୀ ଏକ୍ସପ୍ରେସ୍ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍ ଗୋଟିଏ ଟ୍ରାକରେ ଆସୁଥିଲା । ତେବେ ଉଭୟ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି ।
ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ରାଧାମୋହନପୁର ଷ୍ଟେସନ ନିଟରେ ଘଟିଛି ଘଟଣା । କିଛି ବାଟ ପୂର୍ବରୁ ଉଭୟ ଟ୍ରେନ୍ ଇମରଜେନ୍ସି ବ୍ରେକ୍ ଲଗାଇଥିଲେ । ଦୁର୍ଘଟଣା ଘଟିନଥିଲେ ମଧ୍ୟ ରେଳରେ ଥିବା ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ପରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ପଛକୁ ଫେରିବା ପରେ ରାଧାମୋହପୁର ଷ୍ଟେସନର ଅନ୍ୟ ଏକ ଟ୍ରାକରେ ରହିଥିଲା । ଏହାପରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।












Click it and Unblock the Notifications