କନ୍ଧମାଳ ଜିଲ୍ଲା ସୀମାନ୍ତରେ ନକ୍ସଲ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ, ଆହତ ଦୁଇ ଯବାନ ଏମ୍ସରେ ଭର୍ତ୍ତି
ଗୁଳିବିନିମୟ ବେଳେ2 ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯାଇଛି ।
ଭୁବନେଶ୍ୱର : ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ 8 ଘଣ୍ଟାରୁ ଅଧିକ ସମୟ ହେଲାଣି ଗୁଳିବିନିମୟ ଜାରି ରହିଛି । ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଚାଲିଛି । ଏହି ଗୁଳିବିନିମୟ ବେଳେ 2 ଜଣ ଏସ୍ଓଜି ଯବାନ ଗୁରୁତର ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏନେଇ ଭୁବନେଶ୍ୱର ବିମାନବନ୍ଦରରେ ସ୍ୱତନ୍ତ୍ର ଆମ୍ବୁଲାନ୍ସକୁ ପ୍ରସ୍ତୁତ କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ସେପଟେ ହେଲିକପଟର ଲ୍ୟାଣ୍ଡ କଲାପରେ ଯବାନଙ୍କୁ AIIMS କୁ ନିଆଯାଇଛି ।

ମାଓବାଦୀ ଲୁଚିଥିବା ସୂଚନା ମିଳିବା ପରେ ପୂରା ଅଞ୍ଚଳକୁ ସିଲ୍ କରାଯାଇଥିଲା । ଏବେବି ସ୍ଥାନୀୟ ଅଞ୍ଚଳରେ ଜାରି ରହିଛି ଗୁଳି ବିନିମୟ । ଏଠାରେ କେକେବିଏନ ମାଓ ସଙ୍ଗଠନ ସକ୍ରିୟ ରହିଛି । ବୌଦ୍ଧ ଓ କନ୍ଧମାଳ ସୀମାନ୍ତରେ ଥିବା ନାରାୟଣପ୍ରସାଦ ଓ ଉମା ପଞ୍ଚାୟତ ନିକଟ ଜଙ୍ଗଲରେ ଅପରେସନ ଚାଲିଥିବା କୁହାଯାଉଛି । ମାଓ ବିରୋଧୀ ଅପରେସନରେ ଗୋଟିଏ ହେଲିକପ୍ଟର ସାମିଲ ଥିବା କୁହାଯାଉଛି ।
ତେବେ ଗୁରୁତର 2 ଆହତ ଯବାନଙ୍କୁ ଏୟାରଲିଫ୍ଟ କରି ଭୁବନେଶ୍ୱର ଆଣିଛନ୍ତି ପୋଲିସ ଡିଜି । କୋରାପୁଟ, ମାଲକାନଗିରି ଗସ୍ତରେ ଥିବା ଡିଜିପି ଏୟାରଲିଫ୍ଟ ଜରିଆରେ ଯବାନଙ୍କୁ ଭୁବନେଶ୍ୱର ଆଣିଛନ୍ତି । ଗସ୍ତ ପରିବର୍ତ୍ତନ କରି ଘଟଣାସ୍ତଳରୁ ଏୟାରଲିଫ୍ଟ କରି ଆଣିଛନ୍ତି ଡିଜିପି ।












Click it and Unblock the Notifications