ସ୍କୁଲ ଯାଇ ଗତକାଲି ଠାରୁ ନିଖୋଜ ହୋଇଛନ୍ତି ଦୁଇ ଛାତ୍ର
ଭୁବନେଶ୍ୱର: ସ୍କୁଲ ଯାଇ ଆଉ ଘରକୁ ଫେରିନାହାଁନ୍ତି ଦୁଇ ଛାତ୍ର । ଗତ କାଲି ସ୍କୁଲ ଯାଇଥିଲେ । ଏପର୍ଯ୍ୟନ୍ତ ଘରକୁ ପେରିନାହାଁନ୍ତି । ଏ ନେଇ ଚନ୍ଦକା ଥାନାର ଦ୍ୱାରସ୍ଥ ହୋଇଛନ୍ତି ପରିବାର ଲୋକ ।

ମିଳିଥିବା ସୂଚନା ଅନୁସାରେ, ଗତକାଲି 2 ନାବାଳକ ଛାତ୍ର ସ୍କୁଲ ଯାଇଥିଲେ । ଛାତ୍ର ଦୁଇ ଜଣ ହେଲେ ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ । ଉଭୟେ ଦଶମ ଶ୍ରେଣୀର ଛାତ୍ର । ସେମାନେ ରାଜଧାନୀର ଏକ ଘରୋଇ ସ୍କୁଲରେ ପଢନ୍ତି । ଗତକାଲି ସକାଳେ ସୋନୁ ଓ ପୃଥ୍ୱୀରାଜ ଅଟୋ ଯୋଗେ ସ୍କୁଲ ଯାଇଥିଲେ । ସ୍କୁଲ ପହଞ୍ଚିବାର କିଛି ସମୟ ପରେ ସେମାନେ ବିସ୍କୁଟ କିଣିବାକୁ ପାଖ ଦୋକାନକୁ ଯାଇଥିଲେ । ତା' ପରଠାରୁ ସେମାନେ ନିଖୋଜ ହୋଇୟାଇଛନ୍ତି । ସ୍କୁଲକୁ କିମ୍ବା ଘରକୁ ଫେନି ନଥିଲେ ।
ସ୍କୁଲ ଛୁଟି ହେବା ପରେ ପିଲା ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ସ୍କୁଲରେ ବି ଯାଇ ପଚରାଉଚରା କରିଥିଲେ । କିନ୍ତୁ କୌଣସି ସୂଚନା ପାଇ ନଥିଲେ । ଏହା ପରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
ପୋଲିସ ସ୍କୁଲରେ ଲାଗିଥିବା ସିସିଟିଭି ଏବଂ ସ୍କୁଲ ରାସ୍ତାରେ ଲାଗିଥିବା କ୍ୟାମେରା ଫୁଟେଜକୁ ଯାଞ୍ଚ କରୁଛି । ଏଥିସହିତ ସ୍କୁଲ ଅଧ୍ୟକ୍ଷ, ସେମାନଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରୁଛନ୍ତି ।












Click it and Unblock the Notifications