ମକର ସଂକ୍ରାନ୍ତି ଆରମ୍ଭ ରୁ ଅଘଟଣ, ଗୁଡ଼ି ସୂତା ଲାଗି 2 ଆହତ
କଟକ: ମକର ସଂକ୍ରାନ୍ତି ଦିନ ଆରମ୍ଭରୁ ଅଘଟଣ । ଗୁଡ଼ି ସୂତା ଲାଗି 2 ଜଣ ଆହତ ହୋଇଛନ୍ତି । ଜଣଙ୍କର ବେକରେ ଆଘାତ ଲାଗିଥିବା ବେଳେ ଆଉ ଜଣଙ୍କ ହାତ ପାପୁଲି କଟିଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକରେ ।

ଆହତ ଯୁବକ ଦୁଇଜଣ କଟକ ଜିଲ୍ଲା ନିଆଳି ଅଞ୍ଚଳର । ସୂଚନା ଅନୁସାରେ, ବାଇକରେ ଆସୁଥିବା ବେଳେ ବାଲିକୁଦା ଛକ ନିକଟରେ ଗୁଡି ସୂତା ଲାଗିଯିବାରୁ ସେମାନଙ୍କ ବେକରେ ଗଭୀର ଆଘାତ ଲାଗିଛି । ଜଣେ ଯୁବକଙ୍କ ବେକରେ ମାଞ୍ଜା ସୂତା ଲାଗିଥିବାବେଳେ ଓ ଅନ୍ୟ ଜଣଙ୍କ ପାପୁଲି ରକ୍ତାକ୍ତ ହୋଇଛି ।
ସୂଚନା ଥାଉକି, ଦିନକ ପୂର୍ବରୁ ଗୁଡି ଉଡାଇବା ଲାଗି କମିଶନରେଟ୍ ପୋଲିସ ଗାଇଡ୍ଲାଇନ୍ ଜାରି କରିଥିଲା । ବିପଦଜନକ ମାଞ୍ଜା ସୂତା ବିକ୍ରୟ କିମ୍ବା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଯାଇଥିଲା । ଗୁଡ଼ି ଉଡ଼ାଇବା ବେଳେ ନିୟମ ଅବମାନନା କଲେ କାର୍ଯ୍ୟନୁଷ୍ଠାନ ହେବା ନେଇ ମଧ୍ୟ କୁହାଯାଇଥିଲା । ସାଧାରଣ ସୂତାରେ ଗୁଡ଼ି ଉଡାଇବାକୁ ଓଡିଶା ପୋଲିସ ସାଧାରଣ ଜନତାକୁ ପରାମର୍ଶ ଦେଇଥିଲା । ତେବେ ପୋଲିସର ଅପିଲ୍କୁ ନ ଶୁଣି ଚାଇନା ସୂତା ବ୍ୟବହାର କରି ଗୁଡି ଉଡାଉଛନ୍ତି ଲୋକେ । ଫଳରେ ଏମିତି ପରିସ୍ଥିତି ଦେଖିବାକୁ ମିଳିଛି ।
ଏତେ କଟକଣା ସତ୍ତ୍ୱେ ଚାଇନା ମାଞ୍ଜା ସୂତା ବିକ୍ରି କିପରି ହେଉଛି, ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି ।












Click it and Unblock the Notifications